ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଶୁଭ ଉଦ୍ଘାଟିତ 

ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଶୁଭ ଉଦ୍ଘାଟିତ 

  ମୟୂରଭଞ୍ଜ -୩୧/୧୨ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଆଜି ଶୁଭଉଦଘାଟିତ ହୋଇଯାଇଛି | ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଫିତା କାଟି ମଣ୍ଡି ଉଦଘାଟନ କରିଥିଲେ | ସମ୍ମାନୀୟ ଅତିଥିଭାବେ ବିଡ଼ିଓ ବଂଶୀଧର ଖୋସଲା , ମଣ୍ଡି ସୁପରଭାଇଜିଂ ଅଫିସର ତଥା ବିଜାତଳା ତହସିଲଦାର ଅଶ୍ୱନୀ କୁମାର ଭୂୟାଁ , ସମବାୟ ନିରୀକ୍ଷକ ପ୍ରବୀର କୁମାର ଟୁଡୁ, ଲ୍ୟାମ୍ପ୍ସ ସଭାପତି ରାମଚନ୍ଦ୍ର ବେଶ୍ରା ପ୍ରମୁଖ ଯୋଗଦେଇ ମଣ୍ଡି ଉଦଘାଟନରେ ସହଯୋଗ କରିଥିଲେ | ନୋଡାଲ ଅଧିକାରୀ ଭାବେ ସୌମ୍ୟରଞ୍ଜନ ମହାନ୍ତି ଥିବାବେଳେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ଉପସ୍ଥିତ ଥିଲେ | ପ୍ରତି ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ଦିନ ମଣ୍ଡିରେ ଧାନ କିଣାଯିବ ବୋଲି ଲ୍ୟାମ୍ପ୍ସ ପକ୍ଷରୁ ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମକୁ ଲ୍ୟାମ୍ପ୍ସ କର୍ମଚାରୀ ଭାଗିରଥି ମୁର୍ମୁ ଏବଂ ସଞ୍ଜୟ କୁମାର ବେହେରା ପରିଚାଳନା କରିଥିବାବେଳେ କ୍ଷୀରୋଦ କୁମାର ଧଳ , ନିରୋଜ କୁମାର ଗିରି, ରାମଜିତ ବେଶ୍ରା, ଶଙ୍କର ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀଙ୍କ ସମେତ ଲ୍ୟାମ୍ପ୍ସ ନିର୍ଦ୍ଦେଶକ ପାରାଉ ମାଝୀ, ବୁଢ଼ାନ ଟୁଡୁ, ଗୋପାଳ ନନ୍ଦ ଉପସ୍ଥିତ ଥିଲେ | ଚଳିତ ଥର ଏଫଏକ୍ୟୁ ଧାନର ସହାୟକ ମୂଲ୍ୟ ୨୩ ଶହ ରହିଥିବାବେଳେ ସରକାରଙ୍କ ବୋନସ ଟଙ୍କା ୮୦୦ କୁ ମିଶାଇ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ସୂଚନା ରହିଛି | ତେବେ ଧାନକୁ ଭଲ ଭାବେ ଶୁଖାଇ ଓ ପରିଷ୍କାର କରି ମଣ୍ଡିକୁ ଆଣିବାକୁ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବର୍ଷା ବର୍ଣ୍ଣାଳି ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

masiha

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

Leave a Comment

error: Content is protected !!