ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଆ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଆରତ ତାରଣ କଳା ଠାକୁର
ଆରତି ଜଣାଏ ଏହି ଅନ୍ତର
ଆଚାର ବିଚାର ସବୁ ବେଭାର
ଆଖିରେ ତୁମର ହୁଏ ସୁନ୍ଦର ହେ
ଆରାଧ୍ୟ ଦେବତା ମୋର ହେ…..
ଆପଣା ପଣରେ ରଖିବ ଚିତ୍ତକୁ
ଆହେ ଜଗତ ଠାକୁର ହେ……(୨)
ଆନନ୍ଦରେ ଭରି ସାରା ସଂସାର
ଆନନ୍ଦମୟ କରିବ ସୁନ୍ଦର
ଆହେ ଦୟାମୟ ବିଶ୍ଵ ବିହାରୀ
ଆହାଃ କରିବ ଦେଖି ଦୁଃଖିଆରୀ ହେ…
ଆଶ୍ରିତ ଜୀବନ ଫୁଲ ହେ….
ଆଶରାରେ ତୁମ ମହକାଇ ଦେବ
ଆଶାତୀତ ହେବ ଭଲ ହେ….(୩)