ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ

ବାଲେଶ୍ବର,୦୪/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ କୁପାରି ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ଥିବା ମା ଅମ୍ବିକା କଲ୍ଯାଣ ମଣ୍ଡପ ମଧ୍ୟରେ ଅନାମ ଚରଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ନବବର୍ଷ ଉପଲକ୍ଷେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଆଶ୍ରମର ବାବା ଶୁଭେନ୍ଦୁ ମୁନି ଉଦାସୀନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେବା ସହିତ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ତାଙ୍କୁ ବରିଷ୍ଠ ନାଗରିକ ବୁଦ୍ଧିରାମ ପାଣିଗ୍ରାହୀ କୃତଜ୍ଞତା ଜଣାଇଥିଲେ । ନାରାୟଣ ପ୍ରସାଦ ପେଡା ପୂର୍ବ ବିବରଣୀପାଠ କରିଥିଲେ । ମଞ୍ଚର ସଭାପତି ଶରତ ଚନ୍ଦ୍ର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମୁକ୍ତିକାନ୍ତ ଶତପଥୀ ବାର୍ଷିକ ଉତ୍ସବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥିରେ ମୁଖ୍ୟତଃ ବାର୍ଷିକ ଉତ୍ସବ ନିମନ୍ତେ ପାଣ୍ଠି ସଂଗ୍ରହ, ସଭ୍ୟ ଚାନ୍ଦା ସଂଗ୍ରହ, ଆଜୀବନ ସଭ୍ୟ ଚାନ୍ଦା ସଂଗ୍ରହ, ନୂତନ ସଭ୍ୟ ସଂଗ୍ରହ, ପତ୍ରିକା ପ୍ରକାଶନ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ଉପେନ୍ଦ୍ର ପ୍ରସାଦ ଦାସ, କୃଷ୍ଣ ଚନ୍ଦ୍ର ଦାଶ, ଦୀନବନ୍ଧୁ ଦାଶ, ବସନ୍ତ କୁମାର ଖିଲାର, ବୀରେନ୍ଦ୍ର କୁମାର ଜେନା, ନିର୍ମଳ ଚନ୍ଦ୍ର ଦାସ, ବିଷ୍ଣୁ ଚରଣ ପାଣିଗ୍ରାହୀ, ଅରୁଣ କୁମାର ସ୍ବାଇଁ, ସୁରେନ୍ଦ୍ର ପ୍ରସାଦ ମାଝୀ, ପ୍ରଦୀପ୍ତ କୁମାର ସିଅ, ଅଭୟ କୁମାର ମହାନ୍ତି, କୈଳାସ ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ତ୍ରିପାଠୀ, ଚିନ୍ତାମଣି ସେଠୀ, ବିନୋଦ କୁମାର ମହାପାତ୍ର, ଯୁଧିଷ୍ଠିର ମହାରଣା, ଅବନ୍ତି ମାଝୀ, ମହେନ୍ଦ୍ର ପ୍ରସାଦ କବି, ରମାକାନ୍ତ ଶତପଥୀ, ପିତାମ୍ବର ପତି, ଜଗତାନନ୍ଦ ମହାପାତ୍ର, ଦେବେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର ପ୍ରସାଦ ପାଢ଼ୀ, ଷଡାନନ ପାଣିଗ୍ରାହୀ, ପଦ୍ମଲୋଚନ ଦାସ, ବୁଦ୍ଧିରାମ ପାଣିଗ୍ରାହୀ, ଲକ୍ଷ୍ମୀଧର ମହାପାତ୍ର, ସନ୍ତୋଷ କୁମାର ଦଳେଇ, ଭରତ କୁମାର ଦାସଙ୍କ ସମେତ ୫୦ ଉର୍ଦ୍ଧ୍ବ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହୋ ସମାଜ ସମନ୍ବୟ ସମିତି ତରଫରୁ ବିଭିନ୍ନ ଦାବି ନେଇ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!