ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଏନଏସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ୧୩ ଗୋଟି ୱାର୍ଡ ନେଇ ଗଠିତ ହୋଇ ଥିବା ବେଳେ ଆଜି କଲ୍ୟାଣ ମଣ୍ଡପ ଦୁଇ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୪୭ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦଶମ ପର୍ଯ୍ୟାୟ କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା, ଉପାଧ୍ୟାକ୍ଷା ଶକୁନ୍ତଳା ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଯନ୍ତ୍ରୀ ଦେବାର୍ଚନ ରାଉତ, କନିଷ୍ଠ ଯନ୍ତ୍ରୀ ତାମ୍ରଧ୍ୱଜ ମାଝୀ. ଏନଏସି ର ଅନ୍ୟାନ୍ୟ କର୍ମଚାରୀ ତଥା ୧୩ ଗୋଟି ୱାର୍ଡର ୱାର୍ଡ ମେମ୍ବର ଓ ଏନଏସି ବାସୀ ବୈଠକରେ ଉପସ୍ଥିତ ଥିଲେ lଆଗକୁ ଆହୁରି ଅନେକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଅଧକ୍ଷ ଉଜ୍ଜଳ ଗୁପ୍ତା ଏହି ବୈଠକରେ ସୂଚନା ଦେଇଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଶୋକ ସଭା

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ଅହଙ୍କାର

Sunil Chandra Nayak

ଲଗାଣ ବର୍ଷା ରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!