ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

ରୁପ୍ରା, ୫/୧ (ଅଜୟ ସେନାପତି) : ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ପକ୍ଷରୁ ଭୁବନେଶ୍ବର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳା – ୨୦୨୫ ଅବସରରେ ନର୍ଲାର ଆଦିବାସୀ ସମ୍ପ୍ରଦାୟର ସମାଜସେବୀ ତଥା ଆଶାକର୍ମୀ ଶାନ୍ତି ମାଝୀ ରବିବାର ଦିନ ସମ୍ବର୍ଦ୍ଧିତ ହୋଇଛନ୍ତି। ରବିବାର ଦିନ ଭୁବନେଶ୍ବର ଆଦିବାସୀ ପଡ଼ିଆ ଠାରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥା ଭୁବନେଶ୍ବର ସାଂସଦ ଅପରାଜିତା ମହାନ୍ତି ପ୍ରମୁଖ ସମାଜସେବୀ ଶାନ୍ତି ମାଝୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜଣେ ଆଶା କର୍ମୀ ଭାବରେ ଦାୟିତ୍ୱ ତୁଳାଉ ଥିଲେହେଁ ନିଶା ତାଙ୍କର ସମାଜସେବା, ଶ୍ରୀମତୀ ମାଝୀ କଳାହାଣ୍ଡି ଜିଲ୍ଲାର ନର୍ଲାବ୍ଲକ୍ ସମେତ କୋଣ ଅନୁକୋଣରେ ତାଙ୍କର ସମାଜସେବା କାର୍ଯ୍ୟ ଅନବରତ ଭାବରେ ଜାରୀ ରଖିଛନ୍ତି। ସେହିପରି ନିଜେ ରକ୍ତଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଥିବା ବେଳେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନର୍ଲାବ୍ଲକ୍ ସମେତ ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସେଥିପାଇଁ ଶ୍ରୀମତୀ ମାଝୀଙ୍କ ଉକ୍ତ ମହତ୍ କାର୍ଯ୍ୟ ପାଇଁ ଗୌରବାନ୍ବିତ ହୋଇ ଓଡ଼ିଶାବାସୀଙ୍କ ପକ୍ଷରୁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ରାଜ୍ୟସ୍ତରୀୟ ଆଦିବାସୀ ମେଳା – ୨୦୨୫ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନିଜର ପ୍ରତିକ୍ରିୟାରେ ଶାନ୍ତି ମାଝୀ କହିଛନ୍ତି ମୋର ଶେଷ ନିଶ୍ଵାସ ଥିବାଯାଏଁ ସମାଜସେବା କ୍ଷେତ୍ରରେ ମୁଁ ନିଜକୁ ଉତ୍ସର୍ଗ କରି ଦେଇଛି ବୋଲି କହିଥିଲେ। ନର୍ଲା ଅଞ୍ଚଳରେ ଉକ୍ତ ଖବର ଜଣାପଡିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତ, ନର୍ଲା ରିପୋଟରସ୍ କ୍ଲବ୍ ର ବରିଷ୍ଠ ସାମ୍ବାଦିକ ଅଜୟ ସେନାପତିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। 

(ମନିସ)

Related posts

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ‘ରାକ୍ଷୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା’ ଅନୁଷ୍ଠିତ

masiha

Leave a Comment

error: Content is protected !!