ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ  କୁରୁଗୁଡା ଖେଳ ପଡ଼ିଆରେ କ୍ରୀଡା ଉତ୍ସବ ଉଦଘାଟିତ

ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ 

କୁରୁଗୁଡା ଖେଳ ପଡ଼ିଆରେ କ୍ରୀଡା ଉତ୍ସବ ଉଦଘାଟିତ

ଜୁନାଗଡ଼ ୭/୧ ( ମ ନି ସ) ଜୁନାଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳନ ଅବସରରେ ଏକ କ୍ରୀଡା ଉତ୍ସବ କୁରୁଗୁଡାଖେଳ ପଡିଆ ଠାରେ ଆୟୋଜନ କରାଯାଇଥିଲା ।ଏହାକୁ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ। ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା ଉତ୍ସବ କୁ ଉଦଘାଟିତ କରିଥିଲେ ।ତିନି ଦିନ ଧରି ଏହି କ୍ରୀଡା ଉତ୍ସବ କୁରୁଗୁଡା ଖେଳ ପଡ଼ିଆରେ ଅନୁଷ୍ଟିତ ହେବ ।ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ରତିଯୋଗୀତ।ରେ ଭାଗ ନେବେ ।ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଡିଓ ଦେବାଶିଷ କର ,ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,ଏ ଵିଇ ଓ ସୁଶାନ୍ତ ଠାକୁର ,ସମସ୍ତ ସି ଆର ସି ସି ଏବଂ କ୍ରୀଡା ଶିକ୍ଷକ ମାନେ ଯୋଗଦାନ କରିଥିଲେ ।ଏହି କ୍ରୀଡା ପ୍ରତିଯୋଗୀତ।ରେ ପ୍ରାୟତଃ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଆସନ୍ତା କାଲି ଲିଟେରାରୀ ପ୍ରତିଯୋଗୀତ। କୁରୁଗୁଡା ସ୍କୁଲରେ ଆୟୋଜନ କରାଯାଇଥିବା ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ । ଆବାହକ ତଥା ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଉପଧକ୍ଷ୍ୟ ପ୍ରମୋଦ ବେହେରା,ବିଡ଼ିଓ ଦେବାଶିଷ କର,ତହସିଲଦାର ସୁର୍ମୀ ସୋରେନ, ସରପଞ୍ଚ ସଂଘ ସଭାପତି ତାରାସଙ୍କର ରାୟଗୁରୁ, ଅର୍ଥ କମିଟି ରୁ ତୁଷାର ରଞ୍ଜନ ସାହୁ, ସଞ୍ଜୟ ମଲ୍ଲିକ, ଖଗେଶ୍ୱର ଧଙ୍ଗଡ଼ାମାଝୀ, ସଂସ୍କୃତି ବିଭାଗ ତପନ କୁମାର ମାଝୀ, ବିଇଓ,ଅଶୋକ କୁମାର ପଟ୍ଟନାୟକ, ସଙ୍ଗୀତ ଖରସେଲ, ପ୍ରଚାର ପ୍ରସାର ଅଧକ୍ଷ୍ୟ ସୁନ୍ଦର ମୋହନ ଛତ୍ରୀଆ,କ୍ରୀଡା ବିଭାଗରୁ ହୃଷିକେଶ ମେହେର,ରଂଜନକୁମାର ପଣ୍ଡା, ଖାଦ୍ୟ ବିଭାଗ ରୁ ସଞ୍ଜୟକୁମାର ମଲ୍ଲିକ, ଷ୍ଟେଜ କମିଟିରୁ ପ୍ରମୋଦ ବେହେରା ଓ ତୁଷାର ରଞ୍ଜନ ସାହୁ, ଶାନ୍ତିଶୃଖଲା ଜୁନାଗଡ଼ ଥାନା ଅଧିକାରୀ ଉଲ୍ଲାସ ରାଉତ, ରେଞ୍ଜର ସୀମାଞ୍ଚଳ ମିଶ୍ର, ଫାୟାର ଅଫିସର ଓ ଅଭ୍ୟର୍ଥନ କମିଟି ରୁ ସବିତା ମେହେର, ପ୍ରମୋଦ ବେହେରା ବିଡ଼ିଓ ଦେବାଶିଷ କର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଜେଡ ପି ମେମ୍ବର ପ୍ରମୁଖ ଉପସ୍ଥିତ ରହି ଥିଲେ।ଆସନ୍ତା ୧୧ ତାରିଖ ଦିନ ବ୍ଲକସ୍ଥରୀୟ ମୁଖ୍ୟ ଉତ୍ସବ ସ୍ଥାନୀୟ କୁରୁଗୁଡା ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ

masiha

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!