ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

 ମୟୂରଭଞ୍ଜ -୦୭/୦୧ // ରାଇରଙ୍ଗପୁର ସନ୍ନିକଟ ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଷାକ୍ତ ସାପ ବନ ବିଭାଗ ଦ୍ଵାରା ତାଲିମପ୍ରାପ୍ତ ସାପଧରାଳୀ ଓ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର । ସୂଚନାଯୋଗ୍ୟ କିଛି ଦିନ ହେଲା ବଡଵାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩ ଟି ବିଷାକ୍ତ ସାପ ବୁଲୁଥିବାର ଛାତ୍ରଛାତ୍ରୀ ମାନେ ଦେଖିବାକୁ ପାଇଥିଲେ ।ଆଜି ବିଦ୍ୟାଳୟକୁ ଆସୁଥିବା ସମୟରେ ସ୍କୁଲର କିଛି ଛାତ୍ରଛାତ୍ରୀ ସାପଟିକୁ ଦେଖିବାକୁ ପାଇ ଭୟଭୀତ ହୋଇ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକମାନେ ବନ ବିଭାଗକୁ ଜଣାଇଥିଲେ । ରାଇରଙ୍ଗପୁର ବନବିଭାଗ ସାପ ଧରାଳୀ ଅନୁଭବ ପଟ୍ଟନାୟକ ଏବଂ କିଛି ବନ କର୍ମଚାରୀଙ୍କୁ ପଠାଇଥିଲେ । ସେମାନେ ସ୍କୁଲ ପରିସରରେ ଥିବା ଏକ ଗାତରୁ ଗୋଟିଏ ସାପ ଧରି ‌ସ୍ଥାନୀୟ ଦୁବୁଲାବେଡା ଜଙ୍ଗଲରେ ଛାଡି ଦେଇଛନ୍ତି ।ବିଦ୍ୟାଳୟ ଭିତରେ ୨୦୦ ବିଶିଷ୍ଟ ଏକ ଆବାସିକ ହଷ୍ଟେଲ ଅଛି ।ଆଜି ସାପକୁ ଦେଖି ଭୟଭୀତ ହୋଇଥିଲେ ପିଲାମାନେ । ବିଦ୍ୟାଳୟରେ ୩ ଘଣ୍ଟା ଧରି ପାଠପଢ଼ା ଠପ୍ ହୋଇଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!