ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

 ମୟୂରଭଞ୍ଜ -୦୭/୦୧ // ରାଇରଙ୍ଗପୁର ସନ୍ନିକଟ ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଷାକ୍ତ ସାପ ବନ ବିଭାଗ ଦ୍ଵାରା ତାଲିମପ୍ରାପ୍ତ ସାପଧରାଳୀ ଓ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର । ସୂଚନାଯୋଗ୍ୟ କିଛି ଦିନ ହେଲା ବଡଵାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩ ଟି ବିଷାକ୍ତ ସାପ ବୁଲୁଥିବାର ଛାତ୍ରଛାତ୍ରୀ ମାନେ ଦେଖିବାକୁ ପାଇଥିଲେ ।ଆଜି ବିଦ୍ୟାଳୟକୁ ଆସୁଥିବା ସମୟରେ ସ୍କୁଲର କିଛି ଛାତ୍ରଛାତ୍ରୀ ସାପଟିକୁ ଦେଖିବାକୁ ପାଇ ଭୟଭୀତ ହୋଇ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକମାନେ ବନ ବିଭାଗକୁ ଜଣାଇଥିଲେ । ରାଇରଙ୍ଗପୁର ବନବିଭାଗ ସାପ ଧରାଳୀ ଅନୁଭବ ପଟ୍ଟନାୟକ ଏବଂ କିଛି ବନ କର୍ମଚାରୀଙ୍କୁ ପଠାଇଥିଲେ । ସେମାନେ ସ୍କୁଲ ପରିସରରେ ଥିବା ଏକ ଗାତରୁ ଗୋଟିଏ ସାପ ଧରି ‌ସ୍ଥାନୀୟ ଦୁବୁଲାବେଡା ଜଙ୍ଗଲରେ ଛାଡି ଦେଇଛନ୍ତି ।ବିଦ୍ୟାଳୟ ଭିତରେ ୨୦୦ ବିଶିଷ୍ଟ ଏକ ଆବାସିକ ହଷ୍ଟେଲ ଅଛି ।ଆଜି ସାପକୁ ଦେଖି ଭୟଭୀତ ହୋଇଥିଲେ ପିଲାମାନେ । ବିଦ୍ୟାଳୟରେ ୩ ଘଣ୍ଟା ଧରି ପାଠପଢ଼ା ଠପ୍ ହୋଇଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍‌ଘାଟିତ  ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

Sunil Chandra Nayak

କୋମନା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

masiha

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!