ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

ମୁନିଗୁଡା/ଚନ୍ଦ୍ରପୁରୁ -୮.୧.୦୨୫ ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ଜୀବ ଯନ୍ତୁଙ୍କ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ମୁକ୍ତି ଏପରି କେତେ କଣ ସଚେତନତା ପାଇଁ କୋଟିକୋଟି ଟଙ୍କା ବନବିଭାଗକୁ ଯୋଗାଇ ଦେଉଛନ୍ତି।କିନ୍ତୁ ସେଥିରୁ ଶତକଡା ପ୍ରାୟ 30ରୁ40ମଧ୍ୟରେ ଖର୍ଚ୍ଚ ହେଉଥିବା ଵେଳେ ବଳକା ଆତ୍ମସାତ କରି କାଗଜ କଲମରେ ଶତ ପ୍ରତିଶତ ଦର୍ଶାଇ ସରକାରଙ୍କୁ ଖୁସି କରାଉଥିବା ଵେଳେ ପ୍ରକୃତପକ୍ଷେ ଯେଉଁ ତିମିରକୁ ସେହି ତିମିର ଦେଖା ଦେଇଥିବା ଅଭିଯୋଗ ହେଉଛି।ଏହାର ଏକମାତ୍ର କାରଣ ସ୍ଥାନୀୟ ଵନ କର୍ମଚାରୀ ନିଜର ସ୍ଥାୟୀ ବାସସ୍ଥାନ ଛାଡି ପାରୁନଥିବାରୁ15ବର୍ଷ ପର୍ଯ୍ୟନ୍ତ ଗୋଟିଏ ରେଞ୍ଜରେ ରହିବାକୁ ଏସିଏଫଙ୍କ ସୁପାରିଶ ଡିଏଫଙ୍କ ନିକଟରେ ଵିଶ୍ବାସ ଭାଜନ ହୋଇଛି।ସେଠାରେ ଡିଏଫ଼ଓ ସର୍ଭିସ ନୀୟମକୁ ଜଳାଞ୍ଜଳୀ ଦେଇ 5ବର୍ଷରୁ ଅଧିକ ହେଲେବି ବଦଳି କରିବା ନାଁ ଧରୁ ନାହାଁନ୍ତି।ଯାହାଫଳରେ ଅଧୀକଦିନ ରହିବା ଦ୍ବାରା ଚୋରା କାଠ ଵେପାରୀ,ଜନ୍ତୁ ଯନ୍ତା ବେପାରିଙ୍କ ସହ ସମ୍ପର୍କ ରଖି ମୋଟାରେ ହାତଚିକ୍କଣ କରି ମାଲେମାଲେ ହେଉଥିବା ବନପାଳ ଓ ଵନରକ୍ଷୀ, ରେଞ୍ଜର ଏଵଂ ଏସିଏଫଙ୍କୁ ଜଣା ଥିବା ଵେଳେ ଡିଏଫଙ୍କୁ ଅଜଣା ରହିଛି।ଏହାଦ୍ଵାରା ଜଙ୍ଗଲରେ ସଵୁ ପ୍ରକାର କ୍ରାଇମ ବୃଦ୍ଧି ପାଇଛୁ ଵୋଲି ସ୍ଥାନୀୟ ଅଧୀବାସୀ ଅଭିଯୋଗ କରିଛନ୍ତି।ତିନିଵର୍ଷରୁ ଉର୍ଦ୍ଧ୍ବ ଓ ସ୍ଥାନୀୟ ସ୍ଥାୟୀ ବାସିନ୍ଦା କିମ୍ବା ଅସ୍ଥାୟୀ ବାସିନ୍ଦା କର୍ମଚାରୀଙ୍କୁ କୌଣସି ସ୍ବାର୍ଥ ନ ରଖି ନିରପେକ୍ଷ ଭାବେ ଅନ୍ୟ ରେଞ୍ଜକୁ ବଦଳୀ ପ୍ରକ୍ରୀୟା ଜାରୀ ରଖିଲେ ଵନ ଵିଭାଗରେ ସ୍ବଛତା ଆସିବା ସହ ଜଙ୍ଗଲ ଓ ଜୀଵଜନ୍ତୁ ସୁରକ୍ଷିତ ହେଵ ଵୋଲି ପରିଵେଶ ବିତ୍ ମାନେ ମତ ଦେଇଛନ୍ତି, ଏପରି ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ବାଟଵଣା ହେଉଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର କାର୍ଯ୍ୟ,ସଠିକ ଢଙ୍ଗରେ ହେଉନି ନର୍ସରୀ ଓ କେନ୍ଦ୍ରୀୟ ନର୍ସରୀ ମାନଙ୍କରେ ଦାୟିତ୍ଵରେ ଥିବା ଵନ କର୍ମଚାରୀମାନେ ପୂର୍ବ ଵର୍ଷର ଵଳକା ପୁରୁଣା ଚାରାକୁ ନୂଆ ଦର୍ଶାଇ ଅର୍ଥ ଲୁଟୁଥିବା ଅଭିଯୋଗ ହେଉଛି।ଡାଙ୍ଗସୋରଡା ଓ ଚନ୍ଦ୍ରପୁରୁ ଫରେଷ୍ଟ ସେକ୍ସନର ଵିଟମାନଙ୍କରେ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ଜଣାତରେ ଦୀର୍ଘଵର୍ଷ ହେଵପ୍ଲାଣ୍ଟେସନ କରାଯାଇଥିବା ଵଡଵଡ ଶାଗୁଆନ ଗଛକୁ ମାଫିଆମାନଙ୍କୁ କାଟିବାର ସୁଯୋଗ ଦେଇ ସେଠାରେ ପୋଡୁଚାଷ ପାଇଁ ପ୍ରୋତ୍ସାହନ ଯୋଗାଈ ଦେଉଛନ୍ତି।ସେଠାକାର ବନକର୍ମଚାରୀଙ୍କ ସହଯୋଗରେ ଠିକାଦାରମାନେ କିଛି ଗ୍ରାମଲୋକଙ୍କୁ ହାତକରି ଜୀଅନ୍ତା ଗଛ କାଟି କୀର୍ତ୍ତନ ଓ ଠାକୁରାଣୀ ଯାତ୍ରାନାମରେ ବହ୍ଲା କାଟି ଅଳ୍ପ କିଛି କିର୍ତ୍ତନ ଓ ଠାକୁରାଣୀ ପର୍ବରେ ଲାଗିବ ଦେଇ ଅଧାରୁ ଅଧିକ ଠିକାଦାର ତାର ଠିକା କାର୍ଯ୍ୟରେ ବ୍ୟଵହାର କରୁଥିଲେ ମଧ୍ୟ ବନ କର୍ମଚାରୀ କାଠଲୋଡ ଟ୍ରାକ୍ଟର ଦେଖି ମଧ୍ୟ ନିଜର ଫାଇଦା ହାସଲ ପରେ ଛାଡି ଦେଉଥିବା ଏପରି ଡାଙ୍ଗସୋରଡା ଓ ଚନ୍ଦ୍ରପୁରୁ ବନପାଳ ଓ ଵନ ରକ୍ଷୀଙ୍କ ନାମରେ ପୁଳାପୁଳା ଅଭିଯୋଗ ହେଉଛି।ଚନ୍ଦ୍ରପୁରୁ ଵିଟ ଅଞ୍ଚଳରେ ରିଜର୍ଭ ଜଙ୍ଗଲରୁ କାଠକାଟି ସଫା କରି ପୋଡୁ ଚାଷ କରିବା ସହ କେତେକ ସ୍ଥାନରେ ଜଙ୍ଗଲ ଜମି ଅଧୀକାର ପାଇଁ ମଧ୍ୟ ଦାଵୀ ହେଉଛି।ଜଙ୍ଗଲ ସଫା ଏଵଂ ଯନ୍ତୁ ଶିକାର କ୍ଷେତ୍ରରେ ଚନ୍ଦ୍ରପୁରୁ ବନକର୍ମଚାରୀ ନିଜର ସ୍ବାର୍ଥ ହାସଲ କରି ସୁଯୋଗ ଦେଉଥିବା ଅଭିଯୋଗ ହେଉଛି।ଚନ୍ଦ୍ରପୁରୁରେ ଜଣେ ଗରୀବ ଲୋକ ଜାଳେଣି ପାଇଁ ଶୁଖିଲା ଝାଟିକୁ ମୁଣ୍ଡରେ ଵୋହି ନେଉଥିବା ଵେଳେ ବନଵିଭାଗ କର୍ମଚାରୀ ହାକିମିତି ଦେଖାଉଛନ୍ତି, ଅଥଚ ଧନୀକ ଶ୍ରେଣୀର ଲୋକେ ଶଗଡ ଓ ଟ୍ରାକ୍ଟରରେ ଲୋଡଲୋଡ ଶାଳ କାଠ,ପଟା ,ଦୁଆରବନ୍ଧ ଆଣୁଥିଲେ ମଧ୍ୟ ସେମାନଙ୍କ ଠାରୁ ମାସିକିଆ ନେଇ ତାଙ୍କୁ ମାପ୍ କରି ଦିଆଯାଉଥିବା ଅଭିଯୋଗ ହେଉଛି।ସେହିପରି ନାଉଡୁଗୁଡା ଓ ଜୁମ୍ବାଖାଲ ଫରେଷ୍ଟ ଶାଗୁଆନ ପ୍ଲାଣ୍ଟେସନରୁ ଗଛ କଟାଯାଇ ଧରାପଡିବା ଏଵଂ ମୋଟା ଅଙ୍କରେ ଫରେଷ୍ଟର କାରବାର କରି ରେଞ୍ଜରଙ୍କ ସଲାସୁତରାରେ ରଫାଦଫା ହେବା ଵାଟରେ ଘାଟରେ ଚର୍ଚ୍ଚା ଯୋର ଧରିଥିଲା। ତଥାପି ଏନେଇ ରେଞ୍ଜରଙ୍କୁ ଅଭିଯୋଗ ହେଵାପରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି ତଦନ୍ତରେ ରେଞ୍ଜର ଘଟଣା ସ୍ଥଳକୁ ନଯିବା କାରଣ କଣ ଥାଇପାରେ ଵୋଲି ସାଧାରଣରେ ସନ୍ଦେୟ ସୃଷ୍ଟି କରିଛି। ଵନଵିଭାଗର ସ୍ବଛତା ଏବଂ ଜଙ୍ଗଲ ଜୀବଜନ୍ତୁର ସୁରକ୍ଷା ତଥା ସରକାରୀ ଅର୍ଥର ତୋଷର ପାତକୁ ରୋକିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଜଙ୍ଗଲ ତିଷ୍ଟିବ। ଏତି ପ୍ରତି ଦୃଷ୍ଟି ନଦେଲେ ଆଗାମି ଦିନରେ ସମସ୍ତ ରିଜର୍ଭ ଫରେଷ୍ଟକୁ ସଫାକରି ପୋଡୁଚାଷ ପାଇଁ ଲୋକମାନଙ୍କୁ ଏହି କର୍ମଚାରୀମାନେ ଜଙ୍ଗଲକୁ ଟେକି ଦେଵେ ଵୋଲି ଵୁଦ୍ଧୀଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

masiha

କର୍କଟ ସଚେତନତା ଶିବିର

Sunil Chandra Nayak

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ , ‘ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ

masiha

Leave a Comment

error: Content is protected !!