ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଚ଼କ୍ଷୁ ଚିକିତ୍ସା ଶିବିର ଆୟୋଜିତ 

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଚ଼କ୍ଷୁ ଚିକିତ୍ସା ଶିବିର ଆୟୋଜିତ 

ଢେଙ୍କାନାଳ,ତ।. ୮.୧.୨୦୨୫- ଆଜି ପୂର୍ବାହ୍ନରେ ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ଯାନ ଚାଳକମାନଙ୍କ ନିମନ୍ତେ ଏକ ଦୁଇ ଦିନିଆ ଚକ୍ଷୁ ଚ଼ିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ସହିତ ଚ଼କ୍ଷୁ ର ଅବସ୍ଥା ଠିକ୍ ରହିଲେ, ଗାଡ଼ି ଚାଳକ ମାନେ ନିଶ୍ଚିତ ଭାବରେ ଦୁର୍ଘଟଣାରୁ ବର୍ତ୍ତି ରହି ଧନ ଜୀବନକୁ ସୁରକ୍ଷିତ ରଖିପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ସହିତ ଚ଼କ୍ଷୁ ପରୀକ୍ଷାଦ୍ୱାରା ଗାଡ଼ିଚାଳକ ମାନେ ଦୁର୍ଘଟଣାକୁ କମକରାଇ ଜିଲ୍ଲାରେ ମୁତ୍ୟୁ ହାର ଶୂନ୍ୟ କରାଇବାକୁ ଉଦ୍ୟମ ଜାରି ରହିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ପ୍ରକାଶ କରିଛନ୍ତି| ମୋଟର ଯାନ ନିରୀକ୍ଷକ ଦେବାଶିଷ ସ୍ୱାଇଁ ଏବଂ ରାପିଡ ରେସ୍ପନସ୍ ଟିମ୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, ସଡ଼କ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରାୟ ୮୦ ଜଣ ଡ୍ରାଇଭର ଏବଂ ହେଲପର ମାନଙ୍କର ବିଶେଷଜ୍ଞମାନେ ଚକ୍ଷୁ ପରୀକ୍ଷା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ପାଇଁ ଶପଥ ପାଠ 

ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ଅନୁଷ୍ଠିତ

masiha

ଏମଜିପିଏଲର ରାଇରଙ୍ଗପୁର ବ୍ଳକ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ 

Sunil Chandra Nayak

Leave a Comment

error: Content is protected !!