ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ୧୯୮୬ ମସିହା ମାଟ୍ରିକ ବ୍ୟାଚର ବାଳକ ଓ ବାଳିକା ବିଦ୍ୟାଳୟର ବଂଧୁ ମିଳନ

ରାଇରଙ୍ଗପୁରରେ ୧୯୮୬ ମସିହା ମାଟ୍ରିକ ବ୍ୟାଚର ବାଳକ ଓ ବାଳିକା ବିଦ୍ୟାଳୟର ବଂଧୁ ମିଳନ

 ମୟୂରଭଞ୍ଜ -ରାଇରଙ୍ଗପୁର ସହରର ଇତିହାସ ଅନେକ ।ଏହି ମାଟିରେ ସାନ୍ତାଳି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ,ଏହି ମାଟିରେ ଭଂଜଵୀର ଓଡ଼ିଶାର ମହାନ ଆଦିବାସୀ ନେତା ଭଂଜଵୀର ସୁନା ରାମ ସୋରେନ ଙ୍କ ଜନ୍ମ, ଏହି ମାଟିରେ ଭାରତର ସୁଯୋଗ୍ୟ କନ୍ୟା ତଥା ମହାମହିମ ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ,ଏହି ମାଟିରେ ଗୀତି କବି ଜୀତେନ୍ଦ୍ର ପଟ୍ଟନାୟକ ଙ୍କ ଜନ୍ମ,ଏହି ମାଟିରେ ଝୁମର ସମ୍ରାଟ ତଥା ସାରଳା ପୁରସ୍କାର ପ୍ରାପ୍ତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ଜନ୍ମ ।ଏହି ମାଟି ପାଣି,ପବନ,ଆହାର ଖାଇ ବହୁ ବ୍ୟକ୍ତି ରାଜ୍ୟ,ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ।ଏହି ମାଟିରେ ୧୯୮୬ ମସିହା ମାଟ୍ରିକ ଵ୍ଯାଚର ପିଲାବେଳର ସାଙ୍ଗ ସାଥୀ ସମୂହ ରାଇରଙ୍ଗପୁରସ୍ଥ ଶୀତ ତାପନିୟନ୍ତ୍ରିତ ଏକ ପ୍ରସିଦ୍ଧ ହିନ୍ଦୁସ୍ଥାନ ଇନ୍ ହୋଟେଲରେ ତୃତୀୟ ଵାର୍ଷିକ ବଂଧୁମିଳନ ସାଥୀ ବିକାଶ ଭୁତଙ୍କ ବଳିଷ୍ଠ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ସମାଜରେ ବିଭିନ୍ନ କ୍ଷେତ୍ରରେ ବୃତ୍ତିରେ ଥିବା ଡ଼ାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ,କ୍ରିଡାବିତ୍, ଶିକ୍ଷାଵିତ୍, ଉଦ୍ୟୋଗପତି, ସମାଜସେବୀ,ପ୍ରଫେସର,ଅଧ୍ଯାପକ,ଠିକାଦାର, ବିଭିନ୍ନ ବାଣିଜ୍ୟ କ୍ଷେତ୍ରରେ ଥିବା ସାଥୀମାନେ ସୁଦୂର ଅଷ୍ଟ୍ରେଲିଆର ସିଡନୀ, ଦିଲ୍ଲୀ,ପୁନେ,ହାଇଦ୍ରାବାଦ,ଚେନ୍ନାଇ,ବାଙ୍ଗାଲୋର, କୋଲକାତା ରାଉରକେଲା,ଭଦ୍ରକ,ବାଲେଶ୍ବର,କଟକ,ଭୂବନେଶ୍ବର,ପୁରୀ, ଠାକୁରମୁଣ୍ଡା,ବାରିପଦା, ମାଲକାନଗିରି,ବଡ଼ସାହି,ଉଦଳା,ପାଣିକୋଇଲି ପ୍ରମୁଖ ୪୮ ବର୍ଷ ପରେ ନିଜର ପିଲାଦିନର ଵାଗଡୁଲ,ଡୁଡୁ,ପଢ଼ା,ଖେଳର ସାଙ୍ଗମାନଙ୍କୁ ଭେଟିବା ପାଇଁ ଛୁଟି ଆସିଥିଲେ । ମୟୂରଭଞ୍ଜ ପ୍ରସିଦ୍ଧ ହୋଟେଲ ହିନ୍ଦୁସ୍ଥାନ ଇନନରେ ପହଞ୍ଚି ପରସ୍ପରକୁ ଦେଖି ବିଭୋର ହୋଇ ଆଲିଙ୍ଗନ କରିବା ଖୁସିରେ ଲୁହ ଝରାଇ ଆତ୍ମହରା ହୋଇ ପଡ଼ିଥିଲେ ।ସାଙ୍ଗ ହିଁ ସାଙ୍ଗ ।କେହି କାହାକୁ ଛାଡ଼ିବାକୁ ନାରାଜ ।ପିଲାଦିନର ଅଭୁଲା ସ୍ମୃତିକୁ ମନେ ପକାଇ ନିଜକୁ ସମ୍ଭାଳି ପାରି ନ ଥିଲେ ।ପରସ୍ପର ସହ ଭାବ ବିନିମୟ ହୋଇଥିଲେ ଦିନ ତମାମ ମସ୍ତିରେ ଖାନା,ପିନା,ନାଚ,ଗୀତ,କୌତୁକିଆ କଥା, ଅଭିନୟ ରେ ନିଜକୁ ସଜାଇଥିଲେ ।କଥାରେ କହନ୍ତି ଯେତେବେଳେ ମଣିଷ ଅତି ଦୁଃଖର ଥାଏ ସେତେବେଳେ ଯଦି ସେ ସାଙ୍ଗ ପାଖରେ କହେ ସେ ହାଲୁକା ହୋଇଯାଏ । ସମସ୍ତେ କୁହାକୁହି ହୋଇଥିଲେ ହେ ଦୋସତି ହମ୍ କଭି ନହିଁ ଛୋଡେଙ୍ଗେ । ସମୟ ବଡ଼ ବଳବାନ ।ସମୟ ହିଁ ଦିର୍ଘ ୪୮ ଵର୍ଷ ପରେ ସମସ୍ତଙ୍କୁ ଏକାଠି କରିଛି ।ସାଙ୍ଗ ପାଖରେ ଜାତି,ଧର୍ମ,ଲିଙ୍ଗ ଗତ ପାର୍ଥକ୍ୟ କିଛି ନାହିଁ । ପିଲା ବେଳର ସାଙ୍ଗର ଗୁଲୁରୁ ଗୁଲୁରୁ କଥା ସମସ୍ତଙ୍କୁ ସବୁବେଳେ ମନେ ପକାଇ ଥାଏ । ସମସ୍ତେ ଶପଥ କରିଥିଲେ ସାଙ୍ଗ ମଧ୍ୟରେ ଯାହାର ଯେତେବଡ ସମସ୍ୟା ଥାଉ ସମସ୍ତେ ଏକାଠି ତା’ର ଦୁଃଖ ସମୟରେ ଠିଆହୋଇ ସମବେଦନା,ମନୋବଳ, ଆର୍ଥିକ ସହାୟତା,ସହଯୋଗ କରିବା ।ଆଗକୁ ବୃକ୍ଷରୋପଣ, ରକ୍ତଦାନ,ଅସହାୟକୁ କମ୍ବଳ ବଣ୍ଟନ, ପୂଜ୍ୟପୂଜା ଙ୍କୁ ସମ୍ବର୍ଦ୍ଧନା ଦେବା , ସାମାଜିକ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ ।ଏହି ଵଂଧୁମିଳନରେ ୫୯ ଜଣ ବାଲ୍ୟ ବଂଧୁ, ସହପାଠୀ, ସାଙ୍ଗ,ସାଥୀ ଏକାଠି ହୋଇଥିଲେ ସେମାନେ ହେଲେ ବିକାଶ, ଦେବାଶିଷ,ଶକ୍ତିପଦ, ଓମ୍ ପ୍ରକାଶ, କାଳି ପ୍ରସନ୍ନ, ଡଃ ଦେବେଶ,ଡ଼ାଃ ମନୋଜ,ନମିତା, ଜନନୀ,ଅଂଜିତା,ପ୍ରମିଳା, ମାମା,ସଂନ୍ଧ୍ଯାରାଣୀ, ଦେବଯାନୀ,ଶ୍ରାବଣୀ,ସୁଜାତା, ସାଗରିକା,ମଂଜୁଶ୍ରୀ, ମିନତି, ,ମଳୟ,ହେମନ୍ତ,ମନୋଜ,ମାନସ, ସଂଜୟ, ଗଜେନ୍ଦ୍ର,କାଳିପଦ,ଵିନୋଦ,ବିଘ୍ନେଶ୍ୱର, ବାବୁଲି ,ତାପସ,ପ୍ରଦ୍ଯୁତ,ଜହରଲାଲ,ଜନ୍ମେଜୟ,ଅଶ୍ବିନୀ,ଭବାନୀ,ଅମଦ, ବନବିହାରୀ,ବିନୟ, ସୁଶେଣ,ବାବୁଲି ,ରମେଶ, ଶଵ୍ଯଶାଚୀ,ଅରଦ,ବନବିହାରୀ,ଅଭିନ୍ନ,ଲୁଲୁ ପରିଛା,ସୁରଜ,ତାପସ,ରାଜେଶ, ଚିତ୍ତରଞ୍ଜନଙ୍କ ସମେତ ଅନ୍ୟମାନେ ଯୋଗଦେଇ ବନ୍ଧୁତ୍ବର ସମ୍ପର୍କ ଦଉଡିକୁ ମଜଭୁତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତାଳଚେର ବିମଳାଗଡ ରେଳପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

Sunil Chandra Nayak

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

Leave a Comment

error: Content is protected !!