ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସରକାରୀ (ଏସ୍ ଏସ୍ ଡି )ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଡାବୁଗାଁ ସରକାରୀ (ଏସ୍ ଏସ୍ ଡି )ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୁଧବାର ରାତ୍ରି ୭ ଘ. ସମୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସର ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାଗବାନ ମାଝୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମୁଖ୍ୟ ବକ୍ତା ଭାବେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ସମ୍ମାନୀତ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଓ ନିବେଦିତା ବିଶ୍ଵାଳ, ବରିଷ୍ଠ ନେତା ଏମ. ଆପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସୁବ୍ରତ ପରିଡା, ଅଧ୍ୟକ୍ଷା କିରଣ ବାଳା ତିର୍କୀ, ଡାବୁଗାଁ ବ୍ଳକ ମଙ୍ଗଳ ଅଧିକାରୀ ଆଦିତ୍ୟ କୁମାର ରଥ, ପାପଡାହାଣ୍ଡି ବ୍ଳକ ଦଲେଇଗୁଡା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ପ୍ରମୂଖ ମଞ୍ଚାସୀନ ଥିଲେ | ସମସ୍ତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା l ସଭା କାର୍ଯ୍ୟ ଆରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସମବେତ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା | ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାଶ ବାର୍ଷିକ ବିବରଣୀ ପାଠ କରି ସମସ୍ତ ଅତିଥିଙ୍କୁ ଅବଗତ କରାଇଥିଲେ l ବିଭିନ୍ନ କ୍ରୀଡ଼ାରେ କୃତିତ୍ଵ ଅର୍ଜନ କରିଥିବା ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | “ଦୁଃଖର ସାଥୀ ମୋବାଇଲ” ନାଟକ ଛାତ୍ରୀ ମାନଙ୍କ ଦ୍ଵାରା ବେଶ୍ ଆକର୍ଷଣୀୟ ହୋଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ଙ୍କ ସହଯୋଗରେ ବାର୍ଷିକ ଉତ୍ସବ ବେଶ ସରସ ସୁନ୍ଦର ହୋଇ ଉଠିଥିଲା l ସହକାରୀ ଶିକ୍ଷକ ମହେଶ୍ଵର ନାଥ ମଞ୍ଚ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ସଂପର୍କୀତ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ସମ୍ଭାବ୍ଯ ତାଲିକା ପ୍ରକାଶ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!