ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ଜଳିଲା ଚାରି ଘର ଓ ଦୁଇ ଧାନ ଗଦା

ଅଗ୍ନିକାଣ୍ଡରେ ଜଳିଲା ଚାରି ଘର ଓ ଦୁଇ ଧାନ ଗଦା

ଆସିକା, ୯/୧/୨୫ // ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତ ର ପୁଟୁ ଗ୍ରାମରେ ଥିବା ଇଲେକ୍ଟ୍ରି ସବ ଷ୍ଟେସନ ନିକଟରେ ଗୁରୁବାର ସକାଳୁ ଅଗ୍ନିକାଣ୍ଡ ଘଟିବା ଫଳରେ ଗ୍ରାମର ଦୁଇ ଜଣ ଗରିବ ଚାଷୀ ବିଷ୍ଣୁ ବେହେରା ଓ ପଞ୍ଚାନନ ବେହେରାଙ୍କ ଧାନ ଗଦା ଜଳିପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ସେହିପରି ବାହାରପୁର ପଞ୍ଚାୟତ ର ର୍ଖାରିପଲି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଦେଶୀ ବେହେରା,ସତ୍ୟବାଦୀ ବେହେରା, ବାୟାନାଥ ବେହେରା ଓ ଭାସ୍କର ବେହେରା ଙ୍କ ଚାରି ବଖରା ଘର ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ତିନୋଟି ବାଇକ ସମେତ ଘରର ଆସବାବ ପତ୍ର ସହ ଲକ୍ଷ୍ୟ ଲକ୍ଷ ଟଙ୍କା ର ଅନ୍ୟାନ୍ୟ ସମ୍ପତି ଜଳିପୋଡି ଯାଇଛି । ଖବର ପାଇ ଧରାକୋଟ ଅଗ୍ନିସେବା ସମ ଅଧିକାରୀ ରୁଦ୍ର ମାଧବ ମାଲିକଙ୍କ ନିର୍ଦ୍ଦେଶ ଅନୁସାରେ ଯୁଗଳ ଦିଗାଲ,ପବିତ୍ର ବେହେରା,ଅରୁଣ ବିନ୍ଧାଣି ଓ ଭୀମ ସେନ ନାୟକ ପ୍ରମୁଖ ସଂପୃକ୍ତ ଗ୍ରାମର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ନବରଙ୍ଗପୁର ଠାରେ ଆଇନଜୀବୀ ଦିଵସ ପାଳିତ 

Sunil Chandra Nayak

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

masiha

କେଗାଁ ମଣ୍ଡଳରେ “ମନ କି ବାତ” କାର୍ଯ୍ୟକ୍ରମର ସଫଳ ରୂପାୟନ ଶତ ପ୍ରତିଶତ ସଫଳତାର ସହ ଅଂଶଗ୍ରହଣ

Sunil Chandra Nayak

Leave a Comment

error: Content is protected !!