ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ କ୍ଲବ ର ୨୭ ତମ ବାର୍ଷିକ ଉତ୍ସବ ପାଳିତ

ପ୍ରେସ କ୍ଲବ ର ୨୭ ତମ ବାର୍ଷିକ ଉତ୍ସବ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜ ଠାରେ କର୍ଲାମୁଣ୍ଡା ପ୍ରେସ କ୍ଳବ ର ୨୭ ତମ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି।ଆୟୋଜିତ ସଭା କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗଦାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବ୍ଲକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ରିଷିଡା ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ପ୍ରେସ କ୍ଳବ ଉପଦେଷ୍ଟା କମ୍ବୁପାଣି ସାହୁ ପ୍ରମୁଖ ଯୋଗ ଦେଇ ସୁସ୍ଥ ସମାଜ ଗଠନ ରେ ଗଣ ମାଧ୍ୟମ ର ଭୂମିକା ଉପରେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ ରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ରୋହିତ ବିଶ୍ୱାଳ ସ୍ମାରକୀ ସାମ୍ବାଦିକତା ସମ୍ମାନ ରେ ଓଟିଭି ସାମ୍ବାଦିକ ରାଜକୁମାର ସିଂଦେଓ ଙ୍କୁ ଓ ଜଗଦୀଶ ନାଏକ ସ୍ମାରକୀ ସାମ୍ବାଦିକତା ସମ୍ମାନ ରେ କେସିଙ୍ଗା ବ୍ଲକ ସାମ୍ବାଦିକ ଯଯାତି କିଶୋର ଦେଓ ଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ କଲେଜ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମିଡିଆ ଦ ଫୋର୍ଥ ପିଲର ଅଫ ଡେମୋକ୍ରେସି ଏ କ୍ରିଟିକାଲ ଅନାଲିସିସ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସମ୍ପାଦକ ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଏଥିରେ ପ୍ରେସ କ୍ଲବ ର ସଭ୍ୟ ସତ୍ୟ ନାରାୟଣ କୁମାର, ଭଜଶ୍ୟାମ ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସତ୍ୟ ବ୍ରତ ବଗର୍ତ୍ତି, ବବୁଲୁ ଦଣ୍ଡସେନା, ତ୍ରିସଙ୍କ ରଣା, ଲିପୁ ସେଠ ଓ ଜଗନ୍ନାଥ ଡିଗ୍ରୀ କଲେଜ ର ଅଧ୍ୟାପକ ହିରୋଜ କୁମାର ଚାନ୍ଦ, ଶରତ କୁମାର ସାହୁ, ଘନଶ୍ୟାମ ସାହୁ ଓ କ୍ରୀଡ଼ା ଶିକ୍ଷକ ଲଳିତ କୁମାର ସାହୁ, କଲେଜ କର୍ମଚାରୀ ନବୀନ ରଣା, ମକୁନ୍ଦ ରଣା, ଶିଵ ପ୍ରସାଦ ରଣା, ଭଗବାନ ରଣା, ମିଥିଲା ରଣା ତଥା ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋଡ଼ ଭାଙ୍ଗି ଯିବାରୁ ବୃଦ୍ଧ ଙ୍କୁ ଖଟିଆ ସାହା ଭରସା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

masiha

ଆସିକା ଏନ ଏ ସି ର କାଉନିସଲ ବୈଠକ

Sunil Chandra Nayak

ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

masiha

Leave a Comment

error: Content is protected !!