ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ପଣ୍ଡା ଙ୍କ ଛାଡିଯିବ ଦିନେ ତୋର ଏ ଘଟ

ଛାଡିଯିବ ଦିନେ ତୋର ଏ ଘଟ

 

ଆଜିର ମଣିଷ, କାଲି ହୁଏ ପର

         ମାଟି ଗ୍ରାସ କରେ ଦେହକୁ ତାର

 ରୂପ କାନ୍ତି ବର୍ଣ୍ଣ, ହୋଅଇ ମଳିନ

         ଅଗ୍ନିର ଶିଖାରେ ହୁଏ ସେ ଲୀନ ।

 

ଜନ୍ମର ସଂକେତ, ପାଇଯାଏ ନର

           ମୃତ୍ୟୁ ଆଗତୁରା ନ ମାଡ଼େ ଦ୍ୱାର

ସରିଲେ ଆୟୁଷ, ଶରୀରର ଶେଷ

            ସଂସାର ହାଟଟି ଲାଗଇ ବିଷ ।

 

ଦୀର୍ଘ ଦିନ ଦେହ, ହୁଅଇ ଅଚଳ 

            ଶରୀରକୁ ଆଉ ନ ମିଳେ ବଳ

ଜୁଇର ନିଆଁରେ, ହୁଅଇ ପାଉଁଶ 

            ଖୋଜିଲେ ମିଲେନା ଏହି ମଣିଷ ।

 

ଗର୍ବ ଅହଂକାର, ଦାମ୍ଭିକ ପଣିଆ

             ଅଢେଇ ଦିନରେ ହୁଏ ପାଣିଆ 

ସତ୍ୟ ଧର୍ମ କର୍ମ, ନ ହୁଏ ବିଫଳ

             ପର ଜନ୍ମେ ନିଶ୍ଚେ ଦିଏ ତା ଫଳ ।

 

ସରଳ ସ୍ଵଭାଵ, ହୁଏ ହୀନିମାନ

               ପରେ ପରେ ତା’ର ବଢ଼ଇ ମାନ

ସ୍ୱଭାବକୁ କେବେ, ନ କର ବିଫଳ

              ଅଢେଇ ଦିନ ଏ ସଂସାର ଖେଳ ।

 

ସମର୍ପିତ ଭାବ, ରଖ ଶ୍ରୀପୟରେ

                 ଦାମ୍ଭିକ ପଣରୁ ରୁହ ଦୂରରେ

ଜଗତ କଲ୍ୟାଣେ, ବ୍ରତୀ ହେଲେ ତୁମେ

               ଦୀନ ଜନଙ୍କର ଆସିବ କାମେ ।

 

ହସିବ ଦୁନିଆ, ହସିବ ଜଗତ

               ହସିବ ପ୍ରଭୁଙ୍କ ସଂସାରି ଭକ୍ତ

ଅଢେଇ ଦିନର, ସରିଗଲେ ହାଟ

              ଛାଡିଯିବ ନିଶ୍ଚେ ତୋ’ର ଏ ଘଟ ।

ଜୟ ଶ୍ରୀଜଗନ୍ନାଥ……..

 

        ରଞ୍ଜନ କୁମାର ପଣ୍ଡା

              କୋରାପୁଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ସି.ସି. ଟି.ଭି. କ୍ୟାମେରା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭୂସ୍ବର୍ଗ ସାଜଇ ଧରା

ବେଣୁଧର ସୂତାର ଙ୍କ କବିତା ପୂଜାରିଣୀ

Sunil Chandra Nayak

Leave a Comment

error: Content is protected !!