ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ମୋ ଗାଆଁ ମୋ ସଂସ୍କୃତି

ମୋ ଗାଆଁ ମୋ ସଂସ୍କୃତି

 

    ବିଜୟ କୁମାର ଜେନା

 

କିସୁନ୍ଦର ଦିଶେ ମୋଗାଆଁ ପୋଖରୀ

       ଫୁଟୁ ଥିବା ନୀଳକଇଁ

ପୋଖରୀ ହୁଡ଼ାରେ ନାରୀକେଳ ବୃକ୍ଷ

       ଖଣ୍ଡେ ଦୁରୁ ଦିଶୁ ଥାଇ।

ମନୋରମ ଦୃଶ୍ୟ ମନ୍ଦିର ଚୁଡ଼ାରେ

         ନେତ ଉଡେ ଫରଫର

ସଂଜ ସକାଳରେ ଆଳତି ହୁଅଇ

       ଶୁଭେ ପୁଜକର ସ୍ଵର।

ଦୋଳ ଯାତରାରେ ଦୋଳ ବିମାନରେ

      ବୁଲନ୍ତି ରାଧା ଗୋବିନ୍ଦ

ଅବିର ଖେଳରେ ମୋଗାଆଁ ଜନତା

        ମାତିଥାନ୍ତି ମହାନନ୍ଦ।

ସଂଜ ହେଲେ ଶୁଭେ ଭାଗବତ ଟୁଙ୍ଗୀ

        ପୁରାଣ ବାପୁଡ଼ା ଗୀତ

ସଂସାରେ ଜନମି ଲୀଳାଖେଳା ପରେ

        ମରଣ ଆସଇ ସତ।

ଗାଆଁ ଚାହାଳୀର ଗହଳ ଚହଳ

         ଚାଟଙ୍କର କେତେ ଖେଳ

ଦୂର ଝାଉଁବଣ କୋକିଳ କୂଜନ

      ଶୁଭେ ବହିଲେ ମଳୟ।

ଗାଆଁ ମାଟି ମୋର କେତେ ଆପଣାର

      ଥିବା ଯାଏ ଜୀବନରେ

ଯେଉଁଠି ଥିଲେବି ତାଛବି ଭାସଇ

    ସ୍ଵଦେଶରେ ବିଦେଶରେ।

ବାର ମାସେ ତେରଯାତ୍ରା ପାଳନରେ

        ସଂସ୍କୃତି ହୁଏ ବପନ

ପିଢ଼ି ପରେ ପିଢ଼ି କେତେ ଯେ ଗଲେଣି

 ଯୋଡି ହୋଇ ଯାଏ ମନ।

   

   ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି

ରଣପୁର ନୟାଗଡ଼

Related posts

ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ନିମନ୍ତେ ନର୍ଲା ବ୍ଲକ୍ ରେ ୩୦ ତାରିଖରୁ ଖୋଲିବ ମଣ୍ଡି

Sunil Chandra Nayak

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ମେଗାଲିଫ୍ଟ ପାଇପ ଲାଇନ କାମରେ ଆସୁନଥିବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!