ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

ରାଉରକେଲା: ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୦୬ ସ୍ଥିତ ସସ୍ଥାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ମୁଖ୍ୟ ପରାମର୍ଶଦାତା ରୂପେ ,ସେବାନିବୃତ ମହାପ୍ରବନ୍ଧକ ଭାରପ୍ରାପ୍ତ ପି କେ ବିନ୍ଧାଣୀ ନବ ନିର୍ବାଚିତ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସମାଜସେବୀ ତଥା ଶିଳ୍ପପତି କମଲ ଅଗ୍ରୱାଲ ଓ ବିଶିଷ୍ଟ ସମାଜସେବୀ ତଥା ରାଉରକେଲା ଚାମ୍ବର ଅଫ୍ କମର୍ସର ପୂର୍ବ ସଭାପତି ସୁନିଲ୍ କାୟଲ ସସ୍ଥାନର ଟ୍ରଷ୍ଟି ତଥା ପୃଷ୍ଠପୋଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଆଗାମୀ ହିନ୍ଦୀ ଦିବସ ପୂର୍ବରୁ ସବ୍ ଜୁନିଅର,ଜୁନିଅର ଓ ସିନିଅର ତିନୋଟି ଗ୍ରୁପ୍ କରି ହିନ୍ଦୀ ରଚନା,ବକ୍ତୃତା ଓ ତର୍କ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଚତୁର୍ଥ,ପଞମ ଶିଶୁ,ଷଷ୍ଠ,ସପ୍ତମ,ଅଷ୍ଟମ- ବାଲ୍ ଓ ନବମ,ଦଶମ,ଏକାଦଶ,ଦ୍ୱାଦଶଙ୍କୁ କିଶୋର ଭାବେ ତିନି ଭାଗରେ ବିଭାଜନ କରିବା ପାଇଁ ସ୍ଥିର କରାଗଲା।ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଭାଗୀମାନଙ୍କୁ ଏକ ସପ୍ତାହ ପୂର୍ବରୁ ଜଣାଇଦେବାକୁ ନିଷ୍ପତ୍ତି ନିଆଗଲା ।ପ୍ରତିଯୋଗିତାରେ ବିଜୟୀ ପ୍ରତିଭାଗୀଙ୍କୁ ପ୍ରଥମ,ଦ୍ଵିତୀୟ,ତୃତୀୟ ଓ ତିନୋଟି ସାନ୍ତ୍ବନା ପୁରସ୍କାର ହିନ୍ଦୀ ଦିବସ ଅବସରରେ ପ୍ରଦାନ କରିବା ପାଇଁ ସ୍ଥିର କରାଗଲା । ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲେଜର ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ରଭାଷା ରତ୍ନ ପରୀକ୍ଷା ପାଇଁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତ୍ତି ନିଆଗଲା । ସଭାପତି,ଟ୍ରଷ୍ଟି ଗଣ ରାଷ୍ଟ୍ରଭାଷା ପ୍ରଚାର ଏବଂ ପ୍ରସାରକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ମତାମତ ରଖିଥିଲେ। ପ୍ରାରମ୍ଭରେ ସସ୍ଥାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ସମ୍ପାଦକ ଡ ଜଗନ୍ନାଥ ଦାଶ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଆୟୋଜନର ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ନବ ନିର୍ବାଚିତ ଉପ ସଭାପତି ପ୍ରଭାତ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ । ବୈଠକରେ ବିନୀତା ବିନ୍ଧାଣୀ,ରଶ୍ମି ଦାଶ,ଶରତ ଚନ୍ଦ୍ର ପଣ୍ଡା, ସୁଦର୍ଶନ ପ୍ରସାଦ,ମଙ୍ଗଳ ସିଙ୍ଗ, ସୁଶ୍ରୀ ସୁଷ୍ମିତା ପାଲ୍,ପ୍ରବୀର କୁମାର ଦୁବେ ପ୍ରମୁଖ ଯୋଗଦାନ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁବାଷ ବୋଷ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

masiha

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Leave a Comment

error: Content is protected !!