ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

ନିଷ୍ଠା ଓ ଲକ୍ଷ୍ଯ 

 

ମଣିଷ ଜନମ ଦୁର୍ଲଭ ଜୀବନ ଭଗବାନ ଙ୍କର ସୃଷ୍ଟି

ପଞ୍ଚମନ ଆଉ ପଚିଶ ପ୍ରକୃତି ଅନ୍ତରରେ ଭରିଛନ୍ତି।

 

ଆକାଶ ବୁକୁରେ ହସୁଥାଏ ଚନ୍ଦ୍ର ଜଳେ ହସୁଥାଏ କଇଁ

ଚାନ୍ଦ ତୋଳିବାକୁ ମଣିଷ ମନରେ ନିତି ଉଙ୍କି ମାରୁଥାଇ।

 

ନିଷ୍ଠା କଲେ ଆକାଶ ବୁକୁରୁ ତୋଳି ଆଣି ହୁଏ ଚାନ୍ଦ

ନିଷ୍ଠାପର ଲକ୍ଷ୍ୟ ରହିଲେ ମନରେ ସମୁଦ୍ରେ ବାନ୍ଧିବା ବନ୍ଧ।

 

ନିଷ୍ଠା ବଳେ ଧ୍ରୃବ ବିଷ୍ଣୁଙ୍କ ସାନିଧ୍ୟ କରିଲେ ଭକତି ବଳେ

ଏକା ଲକ୍ଷ୍ୟ କରି ତପ ଆଚରିଲେ କଥା ଅଛି ମହିତଳେ।

 

ନିଷ୍ଠା କଲେ ସବୁ ଅସାଧ୍ୟ ସାଧନ ହୋଇଯାଏ ଆପେ ଆପେ

କର୍ତ୍ତବ୍ୟ ସାଧନେ ବିଦ୍ୱାନର ଲକ୍ଷ୍ୟ ପାଖରେ ଆସି ପହଞ୍ଚେ।

 

ଲକ୍ଷ୍ୟ ସିଦ୍ଧି ପାଇଁ ମନରେ ସାହସ ରଖିଲେ ଲଭିବା ଫଳ

ଛାତ୍ରଛାତ୍ରୀମାନେ ନିଷ୍ଠା ରଖିଥିଲେ କର୍ମ ହୁଅଇ ନିର୍ମଳ।

 

ଉଚ୍ଚ ଲକ୍ଷ୍ୟ ରଖି କାର୍ଯ୍ୟ କରିଗଲେ ନୁହଁଇ କେବେ ନିସ୍ଫଳ

ସରୋବର ଜଳ ବାଷ୍ପ ହୋଇ ଗଲେ ବରି ନିଏ ମେଘ ଜଳ।

 

ଲକ୍ଷ୍ୟ ସିଦ୍ଧି ପାଇଁ କଇଁଛ ଠେକୁଆ କରିଲେ ପ୍ରତିଯୋଗିତା

ନିଷ୍ଠା ରଖି ମନେ କଇଁଛ ବିଜୟ ରହିଅଛି କେତେ କଥା।

 

ବାଲ୍ଯ ଅବସ୍ଥାରୁ ନିଷ୍ଠାର ସହିତ ମନରେ ରଖିବା ଲକ୍ଷ୍ୟ

ସଂସାରରେ ଦିନେ ବଡ ଲୋକ ହେବା ରହିବ ବଂଶ ମହତ।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମଣିଷ

Sunil Chandra Nayak

ସପ୍ତଶଯ୍ୟା ଠାରେ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ଲୋକାର୍ପିତ

ରାଇରଙ୍ଗପୁରରେ ଏକ ଦିବସୀୟ ପ୍ରଧାନ ଶିକ୍ଷକ ଓ ଦିବ୍ଯାଙ୍ଗ ପିଲାଙ୍କ ସଂଚାର -୩ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!