ଜଟାଵାଲ ଭଙ୍ଗା ପୋଲ ତଳକୁ ଖସିଲା ବାଇକ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର
ଡାବୁଗାଁ, ୧୬/୧ (ମ.ନି.ସ.)- ବୁଧବାର ରାତ୍ରିରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ନିକଟ ନଦୀରେ ଭଙ୍ଗା ପୋଲ ତଳକୁ ଖସି ୧ ମୃତ ଓ ୧ ଗୁରୁତ୍ତର | ସୂଚନାଯୋଗ୍ୟ:- ରାୟଗଡା ଜିଲା ର ଚାନ୍ଦିଲି ଥାନା ଅଧୀନ କତାଗୁଡା ଗ୍ରାମର ତରୁଣ ପେଦେଣ୍ଟି (୨୧) ଓ ନବରଙ୍ଗପୁର ଜିଲା ରାଇଘର ଥାନା ସଦରମହକୁମାସ୍ଥିତ ପତ୍ରକୋଟି ସାହିର ଯୁଗୋଳ ହରିଜନ (୨୨) ନିଜ ମୋଟର ସାଇକେଲ ନଂ ଓଡି ୧୮ ଏମ ୫୦୭୬ ଯୋଗେ ରାୟଗଡା ଜିଲା ରୁ ରାଇଘର ଫେରୁଥିଲେ | ରାତ୍ର ପ୍ରାୟ ୮.୩୦ ସମୟରେ ପାପଡାହାଣ୍ଡି ରୁ ଡାବୁଗାଁ ରାଜ୍ୟ ରାଜପଥ-୩୯ ଉପରେ ଜଟାଵାଲ ନିକଟରେ ଡ଼ାଇଭର୍ଶନ ରାସ୍ତା ଜାଣି ନ ପାରି ଭଙ୍ଗା ପୋଲ ତଳକୁ ଖସି ଯାଇଥିଲେ | ଘଟଣାସ୍ଥଳରେ ତରୁଣ ପେଦେଣ୍ଟି ଙ୍କ ର ମୃତ୍ୟୁ ଘଟିଥିଲା ଏବଂ ଯୁଗୋଳ ହରିଜନ ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ପରେ ସେଠାରୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ର ବିଶାଖାପାଟନା କୁ ସ୍ଥାନାନ୍ତର କରାଯାଇଛି | ଖବରପାଇ ଡାବୁଗାଁ ଥାନା ଭାରପ୍ରାପ୍ତ ଆଇଆଇସି ଟଙ୍କଧର ମୁଣ୍ଡା, ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ମୃତକ ର ପରିବାର ଲୋକ ଙ୍କୁ ଖବର ଦେଇଥିଲେ ଏବଂ ମୃତକକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା | ଖବରପାଇ ମୃତକର ପରିବାର ଲୋକେ ଗୁରୁବାର ଡାବୁଗାଁ ରେ ପହଞ୍ଚିଥିଲେ | ଏନେଇ ମୃତକର ପିତା କ୍ରୀଷ୍ଣା ପେଦେଣ୍ଟି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଶବ ଜବତ କରି ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା | ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ କୁ ପୋଲିସ ଜବତ କରି ଥାନାକୁ ରଖାଯାଇଛି | ଏନେଇ ଥାନା କେସ ନଂ ୬/୨୫ ରେ ଏକ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

