ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲଭଟ୍ଟା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

ଫୁଲଭଟ୍ଟା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

ଡାବୁଗାଁ, ୨୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜବାଗୁଡା ଗ୍ରାମ ପଞ୍ଚାୟତ ଅଧୀନ ଫୁଲଭଟ୍ଟା ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ଅସିତ କୁମାର କର ଓ ଫୁଲଭଟ୍ଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କମ୍ୟୁନିଟି ହେଲଥ୍ ଅଫିସର ମନୋଜ କୁମାର ସୁନା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡାବୁଗାଁ “ମା ଗୃହ” ର ମହିଳା ସ୍ଵାସ୍ଥ୍ୟ କର୍ମୀ ବିମଳା ଟାକ୍ରୀ ଓ କାମକଳା ଭତ୍ରl ଙ୍କ ସହ ସମ୍ପୃକ୍ତ ଆୟୁଷ୍ମାନ ମନ୍ଦିର ଅଧୀନରେ ଥିବା ୮ ଜଣ ଆଶାକର୍ମୀ ମାନଙ୍କ ସହଯୋଗରେ ରକ୍ତ ଚାପ, ସୁଗାର, ଗର୍ଭ ପରୀକ୍ଷା ଓ ବିଭିନ୍ନ ରୋଗର ନିରୁପଣ କରାଯାଇ ଡାକ୍ତରଙ୍କ ପରାମର୍ଶ ରୋଗ ନିଦାନ ଔଷଧ ପତ୍ର ଚିଠା ପ୍ରସ୍ତୁତ କରାଯିବା ପରେ ଔଷଧ ବିତରଣ କରାଯାଇ ସ୍ଵାସ୍ଥ୍ୟ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ରେ କରାଯାଇଥିଲା l ଏପରି ପ୍ରତି ମାସରେ ଆୟୁଷ୍ମାନ ଆରୋଗ୍ୟ ଶିବିର କରାଯାଉଛି | ସମ୍ପୃକ୍ତ ଶିବିରରେ ଆଖ ପାଖ ଅଞ୍ଚଳରୁ ୧୩୪ ଜଣ ବିଭିନ୍ନ ପ୍ରକାର ରୋଗର ପରୀକ୍ଷା ମାଗଣା ରେ କରାଇ ସ୍ଵାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ

Sunil Chandra Nayak

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

Sunil Chandra Nayak

ଏସଏଚଜି ମହିଳା ମାନଙ୍କୁ ତାଲିମ , ପ୍ରମାଣପତ୍ର ବଣ୍ଟନ ଓ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!