ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଉତ୍ସାହ ପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ରିଷିଗାଁ ସି.ଆର.ସି.ସି.ବୈକୁଣ୍ଠ ବେମାଲ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ବାଳିକା ମାନଙ୍କ ପାଇଁ ଶିକ୍ଷା ର ଆବଶ୍ୟକତା, ପାଠପଢିବାର ଗୁରୁତ୍ୱ ଓ ନାରୀ ଜୀବନରେ ଶିକ୍ଷା କିପରି ଜୀବନ ସଂଗ୍ରାମରେ ଉପଯୋଗୀ ସେହି ବିଷୟରେ ଆଲୋକପାତ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ଝିଅ ମାନଙ୍କୁ ଭଲଭାବରେ ପାଠ ପଢି ସ୍ୱାବଲମ୍ବୀ ହେବା ଆଜିର ଭାରତ ବର୍ଷରେ ନିହାତି ଆବଶ୍ୟକ ବୋଳି ମତବ୍ୟକ୍ତ କରିଥିଲେ। ପରେ ପରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ର ସିଧା ପ୍ରସାରଣର ଭିଡ଼ିଓ ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ରିଷିଗାଁ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଲୋକ କୁମାର ବେହେରାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନିୟ ଥିବାବେଳେ ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷ୍ୟୟତ୍ରୀଙ୍କ ସହଯୋଗ ଓ ଉତ୍ସାହ ପ୍ରଦାନ ଛାତ୍ରଛାତ୍ରୀ ଙ୍କ ପାଇଁ ବେଶ ଶିକ୍ଷଣୀୟ ହୋଇପାରିଥିଲା।ବାଳିକା ଶିକ୍ଷା ର ପ୍ରଚାର ପ୍ରସାର ଦିଗରେ ଭାରତସରକାର ଙ୍କ ଏଭଳି ଅଭିନବ ପ୍ରାୟସ ତଥା ପ୍ରୋତ୍ସାହନ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସଙ୍ଗେସଙ୍ଗେ ଛାତ୍ର ଛାତ୍ରୀଙ୍କ ମନରେ ନୂତନ ଉନ୍ମାଦନା ଭରିଦେଇଛି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

