ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ

ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ

 ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ,,୧୧ ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ହୋଇ ଯାଇଛି ।ଏହି ପାରାୟଣ ସକାଳ ୫.୩୦ ରେ ଆରମ୍ଭ ହୋଇ ରାତ୍ରି ୯ ଟାରେ ସମାପନ ହୋଇଥିଲା ।ଏହି ପାରାୟଣ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଅଧିକ ଭକ୍ତ ଅଂଶ ଗ୍ରହଣ କରିଥିଲେ।ସନ୍ଧ୍ୟାବେଳେ ମୁଖ୍ୟ ଅତିଥି ସମ୍ ହସପିଟାଲ ର ମାନସିକ ବିଶେଷଜ୍ଞ ତତ୍ ସହିତ ଡି ପି ଏସ୍ ର ନିର୍ଦ୍ଦେଶକ ଶ୍ରୀ ଲଗ୍ନଜିତ୍ ଦାସ ମହୋଦୟ କାର୍ଯ୍ୟକ୍ରମ ଉପସ୍ଥିତ ରହି ଭୁବନେଶ୍ବର ର ଶବ ସଂସ୍କାରକ ଓ ସମାଜ ସେବୀ ଶ୍ରୀମତି ମଧୁସ୍ମିତା ପୃଷ୍ଟି ଙ୍କୁ ସେବା ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା । ଢେ଼ଙ୍କାନାଳ ର କୁନି ପ୍ରତିଭା ଭର ଉତୋଳକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରିତିସ୍ମିତା ଭୋଇ ଙ୍କୁ ପ୍ରତିଭା ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ପୁରୋଧା ଶୁଭାନ୍ଵେଶ ରଥ, ଶୁଭଶ୍ରୀ ମିଶ୍ରଙ୍କୁ ଙ୍କୁ ଉତରି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପ୍ରମୋଦ କୁମାର ମହାପାତ୍ର ଙ୍କ ରଚିତ ସାଇ ମନ୍ତ୍ର ସାଇ ଲିଲାମ୍ବୃତ ନାମରେ ନାମିତ ପଦ୍ୟ ଆକାରରେ ରଚିତ ପୁସ୍ତକ ଉନ୍ମୋଚନ କରିଥଲେ। ପରିଶେଷରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ମୀନାକ୍ଷୀ ରଥ,ରବି ମହାପାତ୍ର,ପଦ୍ମାବତୀ ସାହୁ ଓ ପ୍ରମୋଦ କୁମାର ମହାପାତ୍ର ଙ୍କ ଭଜନ ପରିବେଶ ଭକ୍ତଙ୍କ ମନରେ ଆନନ୍ଦ ଭରି ଦେଇ ଥିଲା। ରାତିରେ ପ୍ରାୟ ୧୦୦୦ ଭକ୍ତ ବାବାଙ୍କ ପ୍ରସାଦ ସେବନ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବର୍ଷ ସାରା ରାସ୍ତାରେ ବହୁଛି ଆବର୍ଜନା ପାଣି, ସୋକ୍ ପିଟ୍ କେଉଁ କାମକୁ

masiha

ଜିପିଓ ଙ୍କ ଲାଗି ବ୍ଲକ ର ଉନ୍ନତି କାମ ଅଗ୍ରଗତି ହୋଇ ପାରୁ ନାହିଁ

masiha

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

Sunil Chandra Nayak

Leave a Comment

error: Content is protected !!