ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

ବାଲେଶ୍ଵର,୨୪/୧/୨୫ – ବାଲେଶ୍ବର ଜିଲ୍ଲା ଔପଦା ସ୍ଥିତ ଔପଦା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହା ୭ ଦିନ ଧରି ଚାଲିବ । ତଳକିଆ ଗାଆଁକୁ ମଡେଲ ଭିଲେଜ୍ ଭାବେ ଗ୍ରହଣ କରିଛି ଡିଗ୍ରୀ ମହାବିଦ୍ୟାଳୟ । ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ଏବଂ ଯୁକ୍ତ ଦୁଇର ଇତିହାସ ବିଭାଗ ଅଧ୍ୟାପକ ଆଦିତ୍ୟ ନାରାୟଣ ଆଚାର୍ଯ୍ୟ ମିଳିତ ଭାବେ ଜାତୀୟ ସେବା ସଂସ୍ଥାର ପତାକା ଉତ୍ତୋଳନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ସଂସ୍କୃତ ବିଭାଗର ଅଧ୍ୟାପକ ଦ୍ବାରିକା ନାଥ ଶତପଥୀ ପ୍ରୋଗ୍ରାମ ଅଫିସର ଭାବେ ସମସ୍ତ କାର୍ଯ୍ୟ ସୁପରିଚାଳନା କରିଥିଲେ । ଅଧ୍ୟାପକ କମଳାକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ହରିହର ପଣ୍ଡା, ଲକ୍ଷ୍ମୀନାରାୟଣ ଦାସ, ସବିତା ମହାରଣା, ଅଧ୍ୟାପିକା ବନିସା ମୁଦୁଲି, ପୁଷ୍ପାଞ୍ଜଳି ବିଶ୍ଵାଳ, ପ୍ରବାସିନୀ ବେହେରା ଓ ରଞ୍ଜିତା ପଳେଇଙ୍କ ସମେତ କର୍ମଚାରୀ ରମେଶ ଚନ୍ଦ୍ର ବିଶ୍ଵାଳ ସହାୟତା ପ୍ରଦାନ କରିଥିଲେ । କଲେଜ୍ ରେ ଏହା ପ୍ରଥମ ଶିବିର ହୋଇଥିବାରୁ ପିଲା ମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଥିଲା । ଏଥିରେ ସୁଧାରାଣୀ ବାରିକ୍, ଶୁଭସନ୍ଧ୍ଯା ସେଠୀ, ଅଭିଭା ନାୟକ, ବର୍ଷାରାଣୀ ଗିରି, ସୁଲେଖା ବେହେରା, ନୀଳକଣ୍ଠ ଦାସ, ବୃନ୍ଦାବନ ବେହେରା, ଦେବାଶିଷ ନାୟକ, ଶୁଭମ୍ ଶେଖର ସାହୁଙ୍କ ସମେତ ୫୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

masiha

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

Sunil Chandra Nayak

Leave a Comment

error: Content is protected !!