ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

ବାଲେଶ୍ଵର,୨୪/୧/୨୫ – ବାଲେଶ୍ବର ଜିଲ୍ଲା ଔପଦା ସ୍ଥିତ ଔପଦା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହା ୭ ଦିନ ଧରି ଚାଲିବ । ତଳକିଆ ଗାଆଁକୁ ମଡେଲ ଭିଲେଜ୍ ଭାବେ ଗ୍ରହଣ କରିଛି ଡିଗ୍ରୀ ମହାବିଦ୍ୟାଳୟ । ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ଏବଂ ଯୁକ୍ତ ଦୁଇର ଇତିହାସ ବିଭାଗ ଅଧ୍ୟାପକ ଆଦିତ୍ୟ ନାରାୟଣ ଆଚାର୍ଯ୍ୟ ମିଳିତ ଭାବେ ଜାତୀୟ ସେବା ସଂସ୍ଥାର ପତାକା ଉତ୍ତୋଳନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ସଂସ୍କୃତ ବିଭାଗର ଅଧ୍ୟାପକ ଦ୍ବାରିକା ନାଥ ଶତପଥୀ ପ୍ରୋଗ୍ରାମ ଅଫିସର ଭାବେ ସମସ୍ତ କାର୍ଯ୍ୟ ସୁପରିଚାଳନା କରିଥିଲେ । ଅଧ୍ୟାପକ କମଳାକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ହରିହର ପଣ୍ଡା, ଲକ୍ଷ୍ମୀନାରାୟଣ ଦାସ, ସବିତା ମହାରଣା, ଅଧ୍ୟାପିକା ବନିସା ମୁଦୁଲି, ପୁଷ୍ପାଞ୍ଜଳି ବିଶ୍ଵାଳ, ପ୍ରବାସିନୀ ବେହେରା ଓ ରଞ୍ଜିତା ପଳେଇଙ୍କ ସମେତ କର୍ମଚାରୀ ରମେଶ ଚନ୍ଦ୍ର ବିଶ୍ଵାଳ ସହାୟତା ପ୍ରଦାନ କରିଥିଲେ । କଲେଜ୍ ରେ ଏହା ପ୍ରଥମ ଶିବିର ହୋଇଥିବାରୁ ପିଲା ମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଥିଲା । ଏଥିରେ ସୁଧାରାଣୀ ବାରିକ୍, ଶୁଭସନ୍ଧ୍ଯା ସେଠୀ, ଅଭିଭା ନାୟକ, ବର୍ଷାରାଣୀ ଗିରି, ସୁଲେଖା ବେହେରା, ନୀଳକଣ୍ଠ ଦାସ, ବୃନ୍ଦାବନ ବେହେରା, ଦେବାଶିଷ ନାୟକ, ଶୁଭମ୍ ଶେଖର ସାହୁଙ୍କ ସମେତ ୫୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

Sunil Chandra Nayak

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!