ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଧିବାମନପୁର ଡାକଘରେ କର୍ମଚାରୀ ଅଭାବ 

ଦଧିବାମନପୁର ଡାକଘରେ କର୍ମଚାରୀ ଅଭାବ 

କଟକ : ୪୨ମୌଜା ବେଣ୍ଟକାର ଉପଡାକଘର ଅଧୀନରେ ଦଧିବାମନପୁର ଶାଖା ଡାକଘର ରହିଅଛି। ଡାକ ବିଭାଗ ପକ୍ଷରୁ ଦଧିବାମନପୁର ଶାଖା ଡାକଘରେ ବିପିଏମ ଭାବେ ରାଜା ଡି ନାୟକ ନିଯୁକ୍ତି ପାଇଛନ୍ତି। ଏହି ଡାକଘର ଅଧୀନରେ କେତେଗୁଡିଏ ଏରିଆ ଯଥା ଦଧିବାମନପୁର,ମହାପାତ୍ର ସାହି,ସାମଲ ସାହି,ମଲ୍ଲିକ ସାହି, କଦମପଡା,ତଳ ସାହି,ଖରିପଡିଆ, ଶ୍ରୀରାମ,କାଉଣ୍ଡି ସାହି,ଭୋପା ସାହି, ଦାସ ସାହି,ଆଚାର୍ଯ୍ୟ ସାହି,ଭୋଇ ସାହି,ବଳରାମ ବିହାର,ଜେବିଏସ ପାର୍କ,ଶ୍ରୀରାମ ନିୟୁ କଲୋନୀ, ପଞ୍ଚମୁଖୀ ନଗର ଓ ମାଇଲଷ୍ଟୋନ୍ ଭିଲେଜ୍ ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ। ଏଥି ସହିତ କେତେଗୁଡ଼ିଏ ସରକାରୀ ଓ ବେସରକାରୀ ସ୍କୁଲ,ଅଙ୍ଗନୱାଡ଼ି କେନ୍ଦ୍ର,ଏକ ମହାବିଦ୍ୟାଳୟ,ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ,ଗ୍ରାମ ପଞ୍ଚାୟତ ଅଫିସ୍,ସେବା ସମବାୟ ସମିତି ଓ ପ୍ରାଣୀଧନ ଚିକିତ୍ସାଳୟ ଆଦି ରହିଅଛି। ଚିଠିପତ୍ର ବାଣ୍ଟିବା ପାଇଁ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଜଣେ ଲୋକ ଅଫିସ କାର୍ଯ୍ୟ ସହ ଏତେ ଅଞ୍ଚଳର ଚିଠିପତ୍ର ବାଣ୍ଟିବା ସମ୍ଭବ ହେଉନାହିଁ। ଫଳରେ ଡାକସେବା ଗୁରୁତର ବ୍ୟାହତ ହେଉଅଛି। ଡାକ ବିଭାଗର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ, ଡାଇରେକ୍ଟର ପୋଷ୍ଟାଲ ସର୍ଭିସ ଏବଂ କଟକ ସିଟି ଡିଭିଜନର ସିନିୟର୍ ସୁପରିଟେଣ୍ଡେଣ୍ଟ ପ୍ରମୁଖ ଏହାକୁ ବିଚାରକୁ ନେଇ ତୁରନ୍ତ ଏଠାରେ ଜଣେ ଏବିପିଏମ୍ ନିଯୁକ୍ତି ଦେବାକୁ ୪୨ ମୌଜା ବିକାଶ ପରିଷଦ ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କର,ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର,ଦଧିବାମନପୁର ପଞ୍ଚାୟତ ସରପଞ୍ଚ ସୁମିତ୍ରା ଗୋଚ୍ଛାୟତ,ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ, ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ପ୍ରକୃତିବନ୍ଧୁ ନବ କିଶୋର ପଣ୍ଡା, ସମାଜସେବୀ କୃଷ୍ଣ ଚନ୍ଦ୍ର ଦାଶ, ଦୁର୍ଯ୍ୟୋଧନ ପଣ୍ଡା,ଗୋପୀନାଥ ମହାପାତ୍ର,ଉମେଶ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ପଣ୍ଡା,ସୂର୍ଯ୍ୟମଣି ଦାସ, ରାମଚନ୍ଦ୍ର ଗୋଚ୍ଛାୟତ,ଦୁର୍ଗା ଚରଣ ପ୍ରଧାନ, ମାନସ କୁମାର ସ୍ବାଇଁ, ପ୍ରମୋଦକୁମାର ରାଉତ, ପ୍ରଭାତ କୁମାର ଖଟୁଆ ଓ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଅନୁରୋଧ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଗଣିତ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ,ପ୍ରଥମ ସ୍ଥାନରେ ଶାନ୍ତିଲତା

masiha

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ , ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ

masiha

Leave a Comment

error: Content is protected !!