ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ବ୍ଳକର କୁସୁମିଡିହି ହର୍ଷା ପେଟ୍ରୋଲ ପମ୍ପ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ 

କୋଇଡା ବ୍ଳକର କୁସୁମିଡିହି ହର୍ଷା ପେଟ୍ରୋଲ ପମ୍ପ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ 

କୋଇଡା- ୨୬/୦୧ // ସୁନ୍ଦରଗଡ଼ ଜିଲ୍ଲା ଲୌହଖଣି ଅଂଚଳ କୋଇଡା ବ୍ଳକ ଅନ୍ତର୍ଗତ କୁସୁମଡିହ ଗ୍ରାମ ନିକଟସ୍ଥ ହର୍ଷା ପେଟ୍ରୋଲ ପମ୍ପ ପରିସରରେ ଆନନ୍ଦ ଓ ଉଲ୍ଲାସର ସହିତ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।ଏଠାରେ ପେଟ୍ରୋଲ ପମ୍ପ ମାଲିକ ତଥା ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ଗୁପ୍ତା,ମେନେଜର କ୍ରିଷ୍ନା ସାହୁ,ସମସ୍ତ କର୍ମଚାରୀ ଏବଂ କୁସୁମିଡିହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ଶ୍ରୀ ଦେବନାରାୟଣ ଗୁପ୍ତା ପତକା ଉତ୍ତୋଳନ କରିଥିଲେ । ସମସ୍ତେ ପତାକା ଉତ୍ତୋଳନ ପରେ କୁସୁମଡିହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା।ପରେ ଦେଶମାତୃକାର ସେବାପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ । ବନ୍ଦେ ମାତରଂ,ଭାରତ ମାତାକୀ ଜୟ, ମହାତ୍ମାଗାନ୍ଧୀଙ୍କ ଜୟ ଧାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ସମସ୍ତେ ସମ୍ବିଧାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ପାଇଁ କହିଥିଲେ । ପରେ ପିଲାମାନଙ୍କୁ ମିଷ୍ଟାନ୍ନ,ଫଳ,ବିସ୍କୁଟ ପ୍ରଦାନ କରାଯାଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

masiha

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!