ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ଶାଖା କମିଟି ବୈଠକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ଶାଖା କମିଟି ବୈଠକ

ଖଇରା,୨୯/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତରେ ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରାର ଶାଖା କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ବରିଷ୍ଠ ସଦସ୍ୟ ପଣ୍ଡିତ ନାରାୟଣ ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ପଣ୍ଡିତ ରମାକାନ୍ତ ଶତପଥୀ ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ପଞ୍ଚାୟତର ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ଓ ପର୍ଯ୍ଯବେକ୍ଷକ ରୂପେ ପଦ୍ମନାଭ ପଣ୍ଡା, ବିଷ୍ଣୁ ବହଳୀ, ଶ୍ଯାମସୁନ୍ଦର ପଣ୍ଡା ଓ ଦୀନବନ୍ଧୁ ପଣ୍ଡା ଯୋଗ ଦେଇଥିଲେ । ଶାଖା କମିଟିର ସଭାପତି ନାରାୟଣ ପଣ୍ଡା, ଉପସଭାପତି ତରଣୀସେନ ପଣ୍ଡା, ସମ୍ପାଦକ ସପନ କୁମାର ପଣ୍ଡା, ସହ ସମ୍ପାଦକ ମାଧବ ଚରଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ମଙ୍ଗଳ ଚରଣ ପଣ୍ଡା, କୋଷ ସମୀକ୍ଷକ ପିତାମ୍ବର ପଣ୍ଡା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାସ୍କର ଚନ୍ଦ୍ର ପଣ୍ଡା, ମଦନ ମୋହନ ପଣ୍ଡା ଓ ହରେକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମଙ୍ଗଳ ଚରଣ ପଣ୍ଡା ଯାହା ଆଞ୍ଚଳିକ ବ୍ରାହ୍ମଣ ସମିତିର ସମ୍ପାଦକ ପଣ୍ଡିତ ରମାକାନ୍ତ ଶତପଥୀ ସୂଚନା ପ୍ରଦାନ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

ଶେଷରେ ମୁକୁଳିଲା ବନ୍ଧା ପଡ଼ିଥିବା ସାର୍ଟିଫିକେଟ୍

Sunil Chandra Nayak

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

Sunil Chandra Nayak

Leave a Comment

error: Content is protected !!