ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ଙ୍କ ଅପେକ୍ଷା ରେ ଦୀର୍ଘ 35ବର୍ଷ ଧରି ଅପେକ୍ଷାରତ ବୃଦ୍ଧା ସବିତା ଙ୍କୁ ସହାୟତା ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ!

ସ୍ବାମୀ ଙ୍କ ଅପେକ୍ଷା ରେ ଦୀର୍ଘ 35ବର୍ଷ ଧରି ଅପେକ୍ଷାରତ ବୃଦ୍ଧା ସବିତା ଙ୍କୁ ସହାୟତା ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ!

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମ ରେ ରୁହନ୍ତି ସବିତା ମହାପାତ୍ର। ସବିତା ଙ୍କ ବୟସ ପ୍ରାୟ 85 ହେବ। ତାଙ୍କ ସ୍ବାମୀ ଙ୍କ ନାମ କୁଳମଣି ମହାପାତ୍ର। ସ୍ବାମୀ କର୍ମ ଅନ୍ୱେଷଣ ରେ ଦୀର୍ଘ ୩୫ ବର୍ଷ ଧରି କେଉଁ ଆଡେ ଯାଇଛନ୍ତି ଯେ କିଛି ଖୋଜ ଖବର ନାହିଁ। କିଛି ଦିନ ଖୋଜା ଖୋଜି ପରେ ପରିବାର ଲୋକେ ନିରାଶ ହୋଇଗଲେ। ସମସ୍ତେ ସିନା ବୁଝିଗଲେ କିନ୍ତୁ ନିଜର ଧର୍ମପତ୍ନୀ ଙ୍କ ମନ ମାନିଲା ନାହିଁ । ଏବେ ବି ସେ ସ୍ବାମୀ ଙ୍କ ବାଟ ଚାହିଁ ରହିଛନ୍ତି । ଏହି ପତିବ୍ରତା କୁ ଦେଖି କିଛି ବୁଦ୍ଧିଜୀବୀ ତାଙ୍କୁ କଳିଯୁଗ ର ସାବିତ୍ରୀ ନାମ ରେ ନାମିତ କରିଛନ୍ତି। ଏବେ ବି ତାଙ୍କ ମଥା ସିନ୍ଦୂର, ହାତ ରେ ଶଙ୍ଖା ଓ ପାଦରେ ଅଳତା ଲଗାଇ ସଧବା ନାରୀ ର ପରିଚୟ ଦିଅନ୍ତି। ସବିତା ଙ୍କୁ ପଚାରିବାରୁ ସେ କୁହନ୍ତି ମୋ ମନ କହୁଛି ମୋ ସ୍ୱାମୀ ମୋ ପାଖକୁ ନିଶ୍ଚିତ ଫେରିବେ। ସବିତା ଙ୍କ ଭଗବାନ ଙ୍କ ପୁଜା ରେ ପ୍ରାୟ ସମୟ ବିତିଯାଏ। ବୟସ ର ଶେଷ ପର୍ଯ୍ୟାୟ ରେ ତଙ୍କର କିଛି ରୋଜଗାର ନ ଥିବା ରୁ ସେ ଭାରି ଅଭାବୀ ଅଟନ୍ତି, କିନ୍ତୁ କାହା ପାଖ ରେ ପରିପ୍ରକାଶ କରନ୍ତି ନାହିଁ। ଏପରି ଜଣେ ଧର୍ମ ପରାୟଣ ବୃଦ୍ଧା ମା ଙ୍କ ବିଷୟ ରେ ଜାଣିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ। ତାଙ୍କ ପାଇଁ ଶୀତ ବସ୍ତ୍ର ଠୁ ଆରମ୍ଭ କରି ଶାଢ଼ୀ, ମସୁରୀ ଦୁଇ ମାସ ର ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଏପରି ସହାୟତା କୁ ଦେଖି ମା ସାବିତ୍ରୀ ତାଙ୍କର ଧୁଡୁ ଧୁଡୁ କଣ୍ଠ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ଆଶିର୍ବାଦ କରିଥିଲେ। ଆଜି ର କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଯଶୋଦା ମା ମୋହିନୀ ନାୟକ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, କାଳନ୍ଦୀ ମଲ୍ଲିକ, ବିକାଶ କୁମାର ପାତ୍ର, ବଳରାମ ଦାସ ଓ ରମାକାନ୍ତ ସାହୁ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମିର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ କର୍ମଶାଳା ଆୟୋଜିତ

masiha

ଜିଲ୍ଲାପାଳ ପାରୁଲ ପଟୱାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କଲେ

Sunil Chandra Nayak

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!