ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

କବିର ପ୍ରଶ୍ନ 

 

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ତମେକି ଦେଖିଛ ବନ୍ଧୁ !

           ଆକାଶର ଶୂନ୍ୟ-ବଳୟରେ

ମହା ବଳୀୟାର ଏକ

           କ୍ରାନ୍ତିକାରୀ ଝଡ଼ର-ଇଗଲ୍

ଏ ପ୍ରାନ୍ତରୁ ସେ ପ୍ରାନ୍ତର ଯାଏଁ

           ଡେଣା ଝାଡି଼ କରିବାର

                  ସଦର୍ପେ ସଂଚାର ?

 

ତମେକି ଦେଖିଛ ବନ୍ଧୁ !

ତାର ସେହି ଦିଗନ୍ତ-ପ୍ରସାରି

                 ପକ୍ଷର-ଛାୟାରେ

ଲୁଚ଼ିଯାନ୍ତି ଚ଼ନ୍ଦ୍ର ସୂର୍ଯ୍ୟ

         ଲୁଚିଯାନ୍ତି ତାରକା ମଣ୍ଡଳୀ

ଘନଘୋର ଅନ୍ଧକାରେ ଏକାକାର

                        ଏ ସଚ଼ରାଚ଼ର

 

ଅଣ୍ଡାଳିବା ସାର ହୁଏ ବଞ୍ଚିବାର

                        ସଂକୀର୍ଣ୍ଣ ଦେହଳୀ

 

ତୁମେ କି ଜାଣିଛ ବନ୍ଧୁ !

ସେ ଅନ୍ଧାରେ ହଜିଯାଏ

                      ସୃଷ୍ଟିର-ବୈଚି଼ତ୍ର୍ୟ

ହଜିଯାଏ ଜୀବନର ଯେତେ ସବୁ

              ଫୁଲଫୁଟା ଋତୁଙ୍କର ଚ଼ିତ୍ର

ଭାସିଆସେ ଦୂରୁ ବହୁଦୂରୁ

ଅଜଣା ସହରୁ

ଅସ୍ପଷ୍ଟ ଅସ୍ପଷ୍ଟ ସୁରେ

       କାହାରସେ ବିଷାଦସଂଗୀତ ??

 

କି ଗୀତ ଗାଉଛି ସିଏ

         କାହିଁକି ବା ସେ ପକ୍ଷୀ ଉଡ଼ୁଛି

ପ୍ରୀତିଝରା-ତରଙ୍ଗିଣୀ-ବୁକେ

         ପ୍ରଳୟର ଉଜାଣି ବହୁଛି।

କାହିଁକି ଏ ବ୍ୟତିକ୍ରମ

କାହିଁକି ବା ଏତେସବୁ ଅଘଟଣ

                       ଘଟି ଯାଉଅଛି

ବୁଦ୍ଧି ଆଉ ଜ୍ଞାନ ବଳେ

            ମଣିଷ ତ ଦେବତା ସାଜିଛି

ଏତେବେଳେ ଶୋଇଶୋଇ

ଅନ୍ଧ ମୁହାଁଣୀରେ 

           ସିଏ କ’ଣ ସପନ ଦେଖୁଛି

କୁହବନ୍ଧୁ !

ବିଷାଦ-ଋତୁରେ ବସି

           କବି ଟିଏ ପ୍ରଶ୍ନ ପଚାରୁଛି ।।

           

କୁମାର ପୁର।ଅନନ୍ତ ପୁର।

ବାସୁଦେବ ପୁର।ଭଦ୍ରକ।

 

Related posts

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!