ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ

 ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

ଲାଞ୍ଜିଗଡ଼,୩୦/୦୧(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆୟୋଜିତ ରାମଲୀଳା ମହୋତ୍ସବ ଆଜି ନବମ ଦିବସରେ ପହଞ୍ଚିଛି। ସମଗ୍ର ବିଶ୍ୱନାଥପୁର ଏବେ ରାବଣ ଦରବାରରେ ପରିଣତ ହୋଇଛି। ମହାପ୍ରତାପୀ ରାବଣର ଭୟରେ ଥରହର ହେଉଛନ୍ତି ଅଞ୍ଚଳବାସୀ। ରାମାୟଣର ଏହି ମହତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆୟୋଜିତ ରାମଲୀଳା ମହୋତ୍ସବରେ ହନୁମାନଙ୍କ ଦ୍ୱାରା ଅଶୋକ ବନରେ ସୀତା ଠାବ, ଅକ୍ଷୟକୁମାର ବଧ ପରେ ପରେ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ଜାଣି ଅଙ୍ଗଦଙ୍କୁ ଦୂତ ଭାବେ ପ୍ରେରଣ ସହିତ ରାମ ଓ ରାବଣ ମଧ୍ୟରେ ଯୁଦ୍ଧର ବିଗୁଲ ବାଜିସାରିଛି। ମହାରାଜ ରାବଣ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ସୁରେନ୍ଦ୍ର ମହାଖୁଡ଼, ଇନ୍ଦ୍ରଜିତ ଦୁର୍ଗା ପ୍ରସାଦ ସାହୁ, କାଳଘଣ୍ଟ ସୁବାସ ତାଣ୍ଡି, ଯମଘଣ୍ଟ ଖଗେଶ୍ୱର ବାଗ, ଦୂତ ସଚିନ ମେହେର, ରାମଚନ୍ଦ୍ର ଭୂମିକାରେ ତରଣୀସେନ ବାରିକ, ଲକ୍ଷ୍ମଣ ଲୋକେଶ ରଞ୍ଜନ ସୁନାନୀ, ସୀତା ବସୁମତୀ ନନ୍ଦ, ସୁଗ୍ରୀବ ନୀଳାମ୍ବର ରାଉତ, ବିଭୀଷଣ କରମସାନି ମଟାରୀ, ହନୁମାନ ଧନେଶ୍ୱର ବାଗ, ରାଜନର୍ତ୍ତକୀ ବର୍ଷା ତାଣ୍ଡି, ସୁରଭି ତାଣ୍ଡି, ପୂଜା ସୁନା, ସୁମନ ମାଝୀଙ୍କ ସମେତ ବାଦ୍ୟଯନ୍ତ୍ରରେ ସଂସାର ବାରିକ, ଦୁଲ୍ଳଭ ସେଠ, ସୁନୀଲ ଭୋଇ ପ୍ରମୁଖ ନାଟ୍ୟାଭିନୟକୁ ଜୀବନ୍ତ କରି ଗଢି ତୋଳୁଛନ୍ତି। ରାମଲୀଳା ମହୋତ୍ସବ ଓ ରାବଣ ଦରବାରରେ କଳାଭିନୟ ସହିତ ରାଜ ନର୍ତ୍ତକୀମାନଙ୍କ ନୃତ୍ୟ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏହାସହିତ ମୀନା ବଜାର, ଖାଦ୍ୟ ବିପ୍ପଣୀ ମଧ୍ୟରେ ଦିନ ତମାମ ଲୋକଙ୍କ ଭିଡ଼ ଲାଗି ରହୁଛି। ଲାଞ୍ଜିଗଡ ବ୍ଲକର ୨୬ଟି ପଞ୍ଚାୟତ, ନର୍ଲା, ଭବାନୀପାଟଣା ସମେତ ପଡୋଶୀ ରାୟଗଡ଼ା ଜିଲ୍ଲାର ଅମ୍ବାଦଳା, ମୁନିଗୁଡ଼ା, କଲ୍ୟାଣ ସିଂପୁର ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହେଉଛି। ପ୍ରତି ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିତ୍ବ, ରାଜନେତା, ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ପ୍ରମୁଖ ରାଜଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୋଭାବର୍ଦ୍ଧନ କରୁଛନ୍ତି। ରାଜ ଦରବାରରେ ମଞ୍ଚ ପରିଚାଳନା କରୁଛନ୍ତି ଗୋପାଳଦାସ ମହାନନ୍ଦ।ରାମଲୀଳା ମହୋତ୍ସବର ଉପଦେଷ୍ଟା ପ୍ରଦୀପ ଘଡେଇ, ବଳରାମ ବେହେରା, ରଘୁବୀର ନାଗ, ସଭାପତି ଅନନ୍ତରାମ ପ୍ରଧାନୀ, ଉପ ସଭାପତି ଅଚ୍ୟୁତାନନ୍ଦ ଘଡେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ମୀନକେତନ ଦଳେଇ, କୋଷାଧ୍ୟକ୍ଷ ତରୁଣ କୁମାର ଦାସ, କର୍ମକର୍ତ୍ତା ଧବଳେଶ୍ୱର ଠେଲା, ବନ ଦଳେଇ, ହୀରାଲାଲ ନାଏକ, ଉପେନ୍ଦ୍ର ସାହୁ, ବିରଞ୍ଚି ପ୍ରଧାନୀ, ଅଜିତ କୁମାର ପ୍ରଧାନୀ, ରିଙ୍କୁ ପ୍ରଧାନୀ, ଆକାଶ ସାହୁ, ସୌମ୍ୟରଞ୍ଜନ କର, ଆନନ୍ଦ ସାହୁ, ସୁବାସ ନାଏକଙ୍କ ସହିତ ଜୟ ଜଗନ୍ନାଥ କମିଟି, ଡିଜେ କମିଟିର ସମସ୍ତ ସଦସ୍ୟ ଓ ବିଶ୍ୱନାଥପୁର ଅଞ୍ଚଳବାସୀଙ୍କ ସହଯୋଗରେ ଏହା ଆଗେଇ ଚାଲିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ  ବିଧାୟକ ଓ ସାଂସଦ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

masiha

Leave a Comment

error: Content is protected !!