ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

ତୁମେ ଗଢିଛଏ ସୁନାର ସଂସାର

ତୃପ୍ତି ରାଣୀ ପାତ୍ର

 

ତୁମେ ଗଢିଛ ଏ ସୁନାର ସଂସାର 

ପ୍ରୀତି ମହକରେ ଭରି

ସ୍ନେହ ସୁଧାବୋଳା ସେବା ମମତାର

ଅପୂର୍ବ ସମ୍ଭାର ଦେଇ ।

 

ସୁଖଦୁଃଖ ଭରା ଜୀବନର ଗାଡି 

ଢାଳି ପ୍ରେମ ସୁଧା ବାରି

ଚାଲୁଅଛୁ ତୁମ୍ଭ ପଥ ଅନୁସରି 

କର୍ତ୍ତବ୍ୟ ପାଳନ କରି ।

 

କର୍ମଧର୍ମ ନୀତି ଏ ଯନ୍ତ୍ର ଗାଡିରେ 

ଚାଳକ ପାଳକ ତୁମେ

ବିଭୁ ଭୟ ଭକ୍ତି ରଖି ହୃଦୟରେ ନହଜିବୁ ଯେହ୍ନେ ଭ୍ରମେ ।

 

ନିଃଶ୍ୱାସ ପ୍ରଶ୍ୱାସ ତୁମ ଇଙ୍ଗିତରେ ଚଳାଇ ନିଅ ସଂସାରେ 

ସଭିଙ୍କୁ ସମ୍ମାନ ପ୍ରେମ ଆଦରରେ

ବାନ୍ଧିବୁ ମନ ଆତ୍ମାରେ । 

 

ଦୟାକ୍ଷମା ସତ୍ୟ ଶାନ୍ତି ବରଷାଇ 

ଗୁନ୍ଥିଦିଅ ପ୍ରୀତି ମାଳା

ଏମନ୍ତ ସ୍ୱଭାବେ ବିବେକକୁ ଖଞି

ଦୂରାଅ ହେ ଦୁଃଖ ଜ୍ୱାଳା ।

 

ସୁନାର ସଂସାର ଗଢିଛ ହେ ପ୍ରଭୁ ଏକକର ମନ ସବୁ

ବୁଦ୍ଧି ଜ୍ଞାନେ ଶ୍ରେଷ୍ଠେ ଉଦ୍ଧାର ଏଭବୁ

ତୁମ ପ୍ରେମେ ଭିଜୁ ଥିବୁ ।

ସହଦେବଖୁଣ୍ଟା , ବାଲେଶ୍ଵର ।

Related posts

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!