ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

ବିଭିନ୍ନ ସମୟରେ କଟୁ ମନ୍ତବ୍ୟ ଦେଇ ଚର୍ଚାରେ ରହି ଆସୁଥିବା ଗାନ୍ଧୀ ପରିବାର ପୁଣି ଏବେ ଚର୍ଚାରେ।ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବାକୁ ପଡିଛି।ଏନେଇ ଲକ୍ଷ୍ମୀପୁର ଠାରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ଅଧକ୍ଷତାରେ ପ୍ରତିବାଦ କରାଯାଇଛି।ଏନେଇ ଆଜି ଆମ୍ବେଦକର ଛକ ନିକଟରେ ବିଜେପି କର୍ମୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନାରା ଦେଇ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଯଦି ସୋନିଆ ଗାନ୍ଧୀ କ୍ଷମା ପ୍ରାଥନା ନ କରନ୍ତି ତାହେଲେ ଆଗାମୀ ଦିନରେ ଦେଶ ତଥା ରାଜ୍ୟର ତଳ ସ୍ତରରୁ ଆନ୍ଦୋଳନ ତୀବ୍ରତର ହେବ, ଘରେ ଘରେ ଯାଇ ଆଦିବାସୀ ଲୋକଙ୍କୁ କଂଗ୍ରେସ ବିରୋଧରେ ଅଣ୍ଟା ଭିଡ଼ିବାକୁ ସଜାଗ କର ହେବ ବୋଲି ବିଜେପି କର୍ମୀମାନେ ଚେତାବନୀ ଦେଇଛନ୍ତି।ଏଥିରେ କୈଳାସ ଚନ୍ଦ୍ର କୁଲେସିକାଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ଦଳର ଛୋଟ ବଡ଼ ନେତା ଓ କର୍ମୀ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କର୍ମି ନିୟୋଜିତ ହୋଇଥିଲେ। 

Related posts

ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ସମ୍ବଲପୁର ଜନ ଆକ୍ରୋଶ ସମାବେଶ ପୂର୍ବ ରୁ ଯୁବ ଓ ଛାତ୍ର ନେତା ପାଟଣାଗଡ ଥାନା ରେ ଅଟକ 

Sunil Chandra Nayak

ଧର୍ମଗଡ ରେ ନିର୍ବାଚନୀ ସଭା ,ସମ୍ବିଧାନର ସୁରକ୍ଷା ହିଁ ଦେଶର ସୁରକ୍ଷା … ଭୂପେସ ବଘେଲ 

masiha

Leave a Comment

error: Content is protected !!