ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ 

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ 

ରାଉରକେଲା: ସେକ୍ଟର ୧୯ ଥାନା ରେ ଆମ ପୁଲିସ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ ପୁଲିସ ର ବରିଷ୍ଠ ସଭ୍ୟ ତଥା ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଥାନାରେ ନୂଆକରି ଯୋଗଦେଇଥିବା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କୁ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଥାନା ଅଧୀନରେ ଥିବା ବିଭିନ୍ନ ସେକ୍ଟର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା, ବଙ୍ଗଳାଦେଶୀ ଙ୍କ ଦୈ।ରାତ୍ମ୍ୟ, ରୋମିଓ ଙ୍କ ଉତ୍ପାତ, ମାର୍କେଟ ତଥା ସାଧାରଣ ସ୍ଥାନରେ ମଦ୍ୟପାନ, ଅନିୟମିତତା ପାର୍କିଂ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଭଳି ସମସ୍ୟାର ସମାଧାନ ପାଇଁ ଆମ ପୁଲିସ, ଜନସାଧାରଣ ଙ୍କ ସହଯୋଗ ଲୋଡିବା ସହିତ ସଚେତନତା ଉପରେ ଥାନା ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଆମ ପୁଲିସ ତରଫରୁ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସନ୍ତୋଷ କୁମାର ସ୍ବାଇଁ, ଗଣେଶ ଜୟସିଂହ, ସୁଜିତ କୁମାର ସ୍ବାଇଁ, ପ୍ରସନ୍ନ ସାହାଣୀ, ସନ୍ତୋଷ ରାଉତ, ଚନ୍ଦ୍ରକାନ୍ତ ସାହୁ, ସଞ୍ଜୟ ରଜାକ, ସୁରେନ୍ଦ୍ର ସୂତାର, ଆକାଶ କୁମାର ପୃଷ୍ଟି, ଅଶୋକ ସ୍ବାଇଁ, ପ୍ରଦୀପ୍ତ ସାହୁ ଓ ଥାନା ପକ୍ଷରୁ ଏଏସଆଇ ରୁଦ୍ରନାରାୟଣ ଦାସ, କ୍ଷେତ୍ରବାସୀ ଜୟପୁରିଆ, କୈାଶଲ୍ୟା ଗୈାଡ,ଜୋନ ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଡ଼ଃ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ 

masiha

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

Sunil Chandra Nayak

ସମ୍ପୂର୍ଣ୍ଣ ଶରୀର ଦାନ କଲେ କବି ଓ ସାମ୍ବାଦିକ

masiha

Leave a Comment

error: Content is protected !!