ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞଭୂତରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି ; ରାଇରଙ୍ଗପୁରରେ ଶୋକରେ ଛାୟା

ପଞଭୂତରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି ; ରାଇରଙ୍ଗପୁରରେ ଶୋକରେ ଛାୟା

 ମୟୂରଭଞ୍ଜ – ୩/୦୨ //  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାଵେଡା (ବିକାଶ ନଗର) ଗ୍ରାମରେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଗ୍ରସେନ ଗିରି ସାର୍ (୭୬) ବର୍ଷ ବୟସରେ ତାଙ୍କ ନିଜସ୍ବ ବାସ ଭବନରେ ଆଜି ସୋମବାର ସୂର୍ଯ୍ୟୋଦୟ ସକାଳ ୬ ଟା ପାଖାପାଖି ସମୟରେ ମହାପ୍ରୟାଣ ହୋଇଯାଇଛି ।ସେ ସୁସ୍ଥ ଥିଲେ । ହଠାତ୍ ହୃଦଘାତରେ ଶିକାର ହୋଇଥିଲେ ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲ କୁ ନିଆ ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ସେ ୧୯୬୦ ମସିହାରୁ ଅନ୍ୟାନ୍ୟ ସରକାରୀ ଚାକିରୀ କୁ ପ୍ରତ୍ୟାଖ୍ୟାନ କରି ଶିକ୍ଷା ଦାନ ମହତ କାମ ଉପରେ ବିଶ୍ବାସ ରଖି ଶିକ୍ଷକତା କରିଥିଲେ । ରାଇରଙ୍ଗପୁର ପିସିଏମ ସ୍କୁଲ,ଈଚିଣ୍ଡା ,ଏଜିବାଈ ସ୍କୁଲ ସମେତ ବ୍ଳକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିଲେ ।ସେ ଜଣେ ଅମାୟିକ,ମେଳାପି,ଛାତ୍ରଵତ୍ସଳ,ଆଦର୍ଶ, ଧାର୍ମିକ, ପରୋପକାରୀ ବ୍ୟକ୍ତି ଥିଲେ ।ଶେଷ ପର୍ଯ୍ୟନ୍ତ ସେ ସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପରିବାର ଲୋକେ ଉପସ୍ଥିତ ଥିଲେ ।ତାଙ୍କ ଦେହାନ୍ତ ଖଵର ପାଇଁ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ପଶ୍ଚିମ ମୟୂରଭଞ୍ଜ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ସମାଜସେବୀ ସୁରଥ ପଟ୍ଟନାୟକ,ବିକାଶ ନଗର ଗ୍ରାମ୍ୟ କମିଟି, ପ୍ରାଥମିକ ଶିକ୍ଷକ ସଂଘ ନେତୃବୃନ୍ଦ ,ଶୁଭେଛୁ ,ଆତ୍ମୀୟ,ପରିଜନ‌ସମସ୍ତେ ତାଙ୍କ ବାସ ଭବନରେ ପହଞ୍ଚି ପୂଜ୍ୟ ଗୁରୁଙ୍କୁ ପୁଷ୍ପ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ତଦସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।ପରେ ତାଙ୍କର ଶେଷକୃତ୍ୟ ଖଡଖାଈ ନଦୀତଟ ସ୍ବର୍ଗ ଦ୍ଵାରରେ ସଂପନ୍ନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

Sunil Chandra Nayak

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

masiha

Leave a Comment

error: Content is protected !!