ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର – ବାଟ ବଣା ହୋଇ ପଡ଼ିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ଦିଗ  ଓ ଉଦ୍ଦେଶ୍ୟ 

କଲମପୁର – ବାଟ ବଣା ହୋଇ ପଡ଼ିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ଦିଗ  ଓ ଉଦ୍ଦେଶ୍ୟ 

କଲମପୁର -(ମସିହା ) ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ଆର୍ଥିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସରକାର ମଣ୍ଡି ମାନଙ୍କରେ ଧାନ କ୍ରୟ ପାଇଁ ସୁଯୋଗ ଦେଲେ, ଏପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ତିନୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଧାନ କ୍ରୟ କରି ଆସୁଅଛି, କଲମପୁର ମିଶନ ଶକ୍ତି ବିପିଏମ ରେଗୁନିୟସ ଏକ୍କାଙ୍କ ସୂଚନା ଅନୁସାରେ ଏହି ବ୍ଲକ ଅଞ୍ଚଳରେ ସମୁଦାୟ ୮୩୦ଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ରହିଅଛି,ସେଥି ମଧ୍ୟରୁ ୩ଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମଣ୍ଡି ମାନଙ୍କରେ ଧାନ କ୍ରୟ କରୁଅଛି,ସବୁଠୁ ଅଧିକ ଧାନ କ୍ରୟ ହେଉଥିବା ବନ୍ଧକନା ମଣ୍ଡିରେ ବନ୍ଧକନାର ମାଁ ଯୋଗମାୟା ମହିଳା ସ୍ଵୟଂସହାୟକ ଗୋଷ୍ଠୀ ବନ୍ଧକନା,ଚୁରାଗାଁ ଓ ଟେମରା ଗ୍ରାମର ଧାନ ଦୀର୍ଘ ବର୍ଷ ହେଲା କ୍ରୟ କରି ଆସୁଅଛି, ସେହିଭଳି ହାରାମାଳ ମଣ୍ଡିରେ ମାଁ ତାରିଣୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଝରାବାହାଲ, ବ୍ରାହ୍ମଣ କେନ୍ଦୁଗୁଡା,ତୋତ୍ରାଗୁଡା, ବୋଦେଲବନ୍ଧ, ତେନ୍ତୁଳିଖୁଣ୍ଟି,ହାରାମାଲ ଓ ପରୁଆଗୁଡା ୭ଟି ଗ୍ରାମର ଧାନ କ୍ରୟ କରି ଆସୁଅଛି, ଇଚ୍ଛାପୁର ଧାନ ମଣ୍ଡିରେ ମାଁ ଲଙ୍କେଶ୍ଵରୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ବାଲିଛଡା, ଇଚ୍ଛାପୁର,ବାବୁ କେନ୍ଦୁଗୁଡା ଓ ଘର୍ଲା ଏହି ୪ଟି ଗ୍ରାମର ଧାନ କ୍ରୟ କରି ଆସୁଅଛି, ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅଞ୍ଚଳରେ ସମୁଦାୟ ୫୨ଟି ଗ୍ରାମ ରହିଥିବା ବେଳେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ୧୪ଟି ଗ୍ରାମର ଧାନ କ୍ରୟ କରି ଆସୁଅଛି, ଏଠାରେ ସମୁଦାୟ ୧୪ଟି ସ୍ଥାନରେ ମଣ୍ଡି ବ୍ୟବସ୍ଥା ହୋଇଥିବା ବେଳେ ୧୧ଟିରେ ପେକ୍ସ ଜରିଆରେ ଧାନ କ୍ରୟ ହେଉଅଛି,ଅନ୍ୟ ତିନୋଟି ସ୍ଥାନରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଧାନ କ୍ରୟ କରୁଅଛି, ଜଣେ ମିଲର୍ସଙ୍କ ଏଜେଣ୍ଟ ନାମ ଗୋପନ ରଖିବା ସ୍ଵର୍ତ୍ତରେ ସୂଚନା ଦେଇଛନ୍ତି, ତାଙ୍କ ସୂଚନା ଅନୁସାରେ ସଦ୍ୟ ସମାପ୍ତ ଇଚ୍ଛାପୁର ମଣ୍ଡିରେ ସମୁଦାୟ ୨୭୦୦କ୍ୟୁଣ୍ଟାଲ ଧାନ ନିୟୋଜିତ ମାଁ ଲଙ୍କେଶ୍ଵରୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀ କ୍ରୟ କରିଅଛି, କ୍ୟୁଣ୍ଟାଲ ପ୍ରତି ୩୧,୨୫ପଇସା କମିଶନ ଅନୁସାରେ ୮ଲକ୍ଷ ୪୩ହଜାର ୭୫୦ଟଙ୍କା ପାଇଛି,ସେଥିରୁ ଶ୍ରମିକ ବାବଦରେ ୧୩,୧୪ପଇସା ହିସାବରେ ୩ଲକ୍ଷ ୫୪ହଜାର ,୭୮୦ଟଙ୍କା,ସୁତୁଲି ବାବଦରେ ୩ ହଜାର ଓ ଅନ୍ୟାନ୍ୟ ବାବଦରେ ୧୦ ହଜାରକୁ ମିଶାଇଲେ ସମୁଦାୟ ଖର୍ଚ୍ଚ ୩ଲକ୍ଷ ୬୭ହଜାର ୭୮୦ଟଙ୍କା ହେଉଛି,ବଳକା ରହୁଛି ୪ଲକ୍ଷ, ୭୫ହଜାର,୯୭୦ଟଙ୍କା, ଏହାକୁ ଦଶ ଜଣ ମହିଳାଙ୍କ ଭାଗରେ ବିଭକ୍ତ କଲେ ଜଣେ ଜଣେ ସଦସ୍ୟ ୪୭ ହଜାର ୫ଶହ ୯୭ଟଙ୍କା ବର୍ଷର ଗୋଟିଏ ଫସଲ ଅମଳରେ ଧାନ କ୍ରୟ କରି ପାଉଛନ୍ତି, ତେବେ ଦୁଇଟି ଅମଲରେ କେତେ ପାଉଥିବା ତାହା ସହଜେ ହିଁ ଏଥିରୁ ଅନୁମେୟ,ପରିତାପର ବିଷୟ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟରେ ଏହି ସୁଯୋଗ ଦିଆଯାଇଛି, ସେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ସେମାନେ ଦୁରାଇ ଯାଉଥିବା ଅଭିଯୋଗ ହୋଇ ଆସୁଛି, ଚାଷୀଙ୍କ ମତରେ ମହିଳା ଗୋଷ୍ଠୀ ଗୁଡ଼ିକ କିଛି ସୁବିଧା ସୁଯୋଗ ଯୋଗାଉ ନାହାନ୍ତି, ଏପରିକି ମଣ୍ଡି ମାନଙ୍କରେ ଉପସ୍ଥିତ ମଧ୍ୟ ରହୁ ନାହାନ୍ତି, ଏତିକି କମିଶନ ପାଇବା ସତ୍ତ୍ବେ ମଧ୍ୟ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ, ଧାନ କ୍ରୟ ସମୟ ଆସିଲେ କାହା କାହା ଠାରୁ ଧାର ଉଧାର ରେ ଆବଶ୍ୟକ ବ୍ୟବସ୍ଥା କରୁଥିବା ବେଳେ ତୃତୀୟ ପକ୍ଷ ମାନଙ୍କ ଦ୍ଵାରା ମଣ୍ଡି ପରିଚାଳିତ ହେଉଥିବା ଅଭିଯୋଗ ହେଉଛି, ଅଞ୍ଚଳର ୮୩୦ଟି ମଧ୍ୟରୁ ୮୨୭ଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ଚକମା ଦେଇ କେଉଁ ଆଧାରରେ ୩ଟି ଗୋଷ୍ଠୀ ଧାନ କ୍ରୟ ପାଇଁ ସୁଯୋଗ ପାଇଲେ ତାହା ହିଁ ବଡପ୍ରଶ୍ନ, ଏମାନେ ଦୀର୍ଘ ବର୍ଷ ହେଲା ଏହି କାର୍ଯ୍ୟରେ ଲିପ୍ତ ଥିବା ବେଳେ ଅନ୍ୟ ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ କାହିଁକି ସୁଯୋଗ ଦେବାରୁ ବଞ୍ଚିତ ରଖାଯାଇ ଆସୁଅଛି ତାହା ବୁଝାପଡୁ ନାହିଁ, ଏନେଇ କଲମପୁର ମିଶନ ଶକ୍ତି ବିପିସି ଓ ବିପିଏମ ରେଗୁନିୟସ ଏକ୍କା ଆମେ ଏଠାରେ ଅବସ୍ଥାପିତ ହେବା ପୂର୍ବରୁ ସେହି ତିନୋଟି ଗୋଷ୍ଠୀକୁ ଚୟନ କରାଯାଇଥିଲା, ଆମ ପାଖରେ ଏନେଇ କୌଣସି ସୂଚନା ନାହିଁ, ଏବେବି କିଛି ଗୋଷ୍ଠୀ ଏହି ବ୍ୟବସାୟରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି, ଆମେ ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ଜଣାଇଛୁ ବୋଲି କହିଥିଲେ,।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଉଛି ପାଚିଲା କେନ୍ଦୁ 

masiha

ଶ୍ରୀମନ୍ଦିର ଅଭିମୁଖେ ଅର୍ପଣ ଚାଉଳ,ଗୁଆ,ନଡ଼ିଆ ଗାଡି

masiha

ନିର୍ବାଚନ ମଣ୍ତଳୀ ର ନାମ ପରିବର୍ତ୍ତନ ଏବଂ ବସ୍ତା ଓ ବାଲିଆପାଳ କୁ ବିଜ୍ଞାପିତ ଅଞ୍ଚଳ ମାନ୍ଯତା ଦାବି ରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!