ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ର ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ 

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ର ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ

ଡାବୁଗାଁ, ୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଶନିବାର ଅପରାହ୍ନ ୧ ଘ. ବିଭାଗୀୟ ଷ୍ଟାଣ୍ଡିଂ କମିଟି ସମୟରେ ଗସ୍ତ କରିଥିଲେ | ଏଥିରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସଭ୍ୟ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ କୋଟପାଡ ବିଧାୟକ ରୂପୁ ଭତ୍ରା ପ୍ରମୁଖ ରହିଥିଲେ | ବିଦ୍ୟାଳୟ ପରିବେଶ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ଖାଦ୍ୟପେୟ, ଦଶମ ପିଲାଙ୍କ ର ପରୀକ୍ଷା ପ୍ରସ୍ତୁତି,ପାଠ ପଢା ବିଷୟରେ ପଚାରି ବୁଝିଥିଲେ | ଏହାସହ ଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା କରି ଗଣିତ ଓ ଇଂରାଜୀ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ସନ୍ତୋଷ ଜନକ ଉତ୍ତର ପାଇନଥିଲେ | ଏନେଇ ଗଣିତ ଓ ଇଂରାଜୀ ଶିକ୍ଷକ ଙ୍କୁ ତାଗିଦ କରିଥିଲେ ଛାତ୍ରୀ ମାନଙ୍କୁ ଭଲ କରି ପାଠ ପଢାଇବେ ଓ ଆଗାମୀ ଗସ୍ତ ସମୟରେ ଯେପରି ଛାତ୍ରୀ ମାନେ ଠିକ ଉତ୍ତର ଦେଇପାରିବେ | ଏହି ଗସ୍ତ ସମୟରେ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଭାଜପା ର ଜି.ସତ୍ୟା ରାଓ, ବିଜେଡି ଓ ଭାଜପା କର୍ମୀ, ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା 

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

masiha

Leave a Comment

error: Content is protected !!