ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାତ ଦିନିଆ ବ୍ୟାପି ନିଃଶୁଳ୍କ ଯୋଗ, ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ 

ସାତ ଦିନିଆ ବ୍ୟାପି ନିଃଶୁଳ୍କ ଯୋଗ, ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ 

ଢେଙ୍କାନାଳ (ମନିସ )7/2/25 // ଢେଙ୍କାନାଳ ଟାଉନ ସ୍ଥିତ ଇନ୍ଦିରାଗାନ୍ଧୀ ସୁପର ମାର୍କେଟ ପ୍ରାଙ୍ଗଣରେ ପତଞ୍ଜଳି ଯୋଗ ପୀଠ ତତ୍ତ୍ଵାବଧାନରେ ସାତ ଦିନିଆ ଵ୍ୟାପି ନିଃଶୁଳ୍କ ଯୋଗ, ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଶିଵିରର ଆଜି ଉଦଯାପନି ଦିବସରେ ଯୋଗ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଶ୍ରୀ ରବିନାରାୟଣ ସାହୁ ଯୋଗ ଦେଇ ଶିଵିରାର୍ଥୀ ମାନଙ୍କୁ ଯୋଗ ଯଜ୍ଞର ଗୁଣବତ୍ତା ଗୁଢତତ୍ତ୍ଵ ବିଷୟରେ ତଥା ଵିଶେଷ କରି ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଉପରେ ସମ୍ବୋଧିତ କରିଥଲେ ।

ସେହିପରି ସମ୍ମାନିତ ଅତିଥି ଭାବରେ କାମାକ୍ଷାନଗର ତହସିଲ ପ୍ରଭାରୀ ଶ୍ରୀ ପ୍ରଦୀପ କୁମାର ନାୟକ ଏଵଂ ବରିଷ୍ଠ ଯୋଗଗୁରୁ ଆଦରଣୀୟ ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ ଯୋଗ ଦେଇ ଯଜ୍ଞ କାର୍ଯ୍ୟକ୍ରମକୁ ସମ୍ପାଦିତ କରିବା ସହିତ ବିଶ୍ଵ ଶାନ୍ତି ଉପରେ ଯଜ୍ଞର ମାହାତ୍ମ୍ୟ କିଭଳି ରହିଛି ଏହା ସମ୍ବନ୍ଧରେ ବିସ୍ତୃତ ଭାବରେ ବିବରଣୀ ରଖିଥିଲେ ଓ ଉକ୍ତ ଶିବିର କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ବ୍ଲକ ର ବିଭିନ୍ନ ଅଧିକାରୀ ସମ୍ମାନୀତ 

Sunil Chandra Nayak

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

masiha

ରକ୍ତଦାନ ଶିିବିର ଅନୁଷ୍ଠିତ

masiha

Leave a Comment

error: Content is protected !!