ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

 ଭବାନୀପାଟଣା:ତା 07.2.2025 ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉପ ନିର୍ଦେଶକ ପ୍ଲୀନିଂ କାର୍ଯ୍ୟାଳୟ,ଭବାନୀପାଟଣା ସ୍ଥିତ ସଭା ଗୃହରେ ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି,, ଖାଦ୍ୟ ସୁରକ୍ଷା, ସହର ଏବଂ ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି,ମତ୍ସ, ଜଳ ସେଚନ, ଖରିଫ ଧାନ ସଂଗ୍ରହ ଇତ୍ୟାଦି ଉପରେ ଆଲୋଚନା କରା ଯାଇଥିଲା l ନର୍ଲା ବିଧାନସଭା ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ତାରା ସମାଧାନ ସମ୍ପର୍କରେ ମାନ୍ୟବର ବିଧାୟିକା ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ନର୍ଲା ନିର୍ବାଚନମଣ୍ଡଳୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ୍ ହୋଇ ଲୋକଙ୍କ ହିତରେ ସେବା ମନୋଭାବ ନେଇ କାମ କରିବା ପାଇଁ ବିଧାୟିକା ଶ୍ରୀମତୀ ମହାନ୍ତି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ବିକାଶ ମୂଳକ କାର୍ଯ୍ୟରେ ବିଭାଗୀୟ ଆଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ଵ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ,ଅଧକାରୀ,ଜିଲ୍ଲାପରିଷଦ, ଦୟାମୟ ପାଢି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶାନ୍ତ କୁମାର ସିଂ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା,ଉପ ନିର୍ଦେଶକ ଯୋଜନା ଓ ସମନ୍ଵୟ ବିଭାଗ, ଶ୍ରୀକାନ୍ତ ଦଲେଇ ଙ୍କ ସମେତ ଜ଼ିଲ୍ଲା ସ୍ଥରୀୟ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ ଶ୍ରୀ ଦଲେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

( ମ ନି ସ ) 

Related posts

ବାଗପୁର ଗ୍ରାମରେ 14ଦିନ ଧରି ରାମ ଲୀଳା ନାଟକ ପରିବେଷଣ 

Sunil Chandra Nayak

ପ୍ରକାଶ ସ୍ବାଇଁଙ୍କୁ କଟକ ବସ କର୍ମଚାରୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି 

masiha

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

Leave a Comment

error: Content is protected !!