ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା କୁ ରବିବାର ଦିନ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମ ର ଅଭିନାଶ ପରଜା (୨୧) ନିଜର ଜଣେ ସାଙ୍ଗ ଦିଲେଶ୍ୱର ଭତରା ସହ ଏକ ବାଇକ ରେ ଡୋକାରିଚଞ୍ଚରା ବୁଲିବାକୁ ଆସିଥିବା ବେଳେ ଡୋକରି ଜଳପ୍ରପାତ ୬୦ ଫୁଟ ଉପରୁ ମୋବାଇଲ ରେ ସେଲ୍ଫି ଉଠାଉ ଥିବା ବେଳେ ଅସାବଧାନତା କାରଣରୁ ଶିଉଳି ରେ ଗୋଡ଼ ଖସି ଯିବାରୁ ଡୋକରୀ ଦର ଜଳପ୍ରପାତ ର ଗଭୀର ପାଣି ରେ ବୁଡି ନିଖୋଜ ହୋଇ ଯାଇଥିବା ବେଳେ ଦିର୍ଘ ସମୟ ଧରି ପାଣି ତାଙ୍କ ସାଙ୍ଗ ଓ ଅନ୍ୟମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକ ଙ୍କ ପତ୍ତା ମିଳିନାହିଁ। ଘଟଣା ପ୍ରଚାରିତ ହେବାପରେ ଏହି ସ୍ଥାନରେ ବିଜେପି ର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିବା ଧର୍ମଗଡ଼ ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ଅଧିକାରୀ ଓ ସ୍ଥାନୀୟ ପୁଲିସ କୁ ଘଟଣା ସମ୍ପର୍କରେ ଜଣାଇ ଶୀଘ୍ର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ଖବର ପାଇ କୋକସରା ଦମକଲ କର୍ମଚାରୀ ଓ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକ ର କୌଣସି ପତ୍ତା ମିଳିନାହିଁ।ଖବର ପାଇ ନିଖୋଜ ଯୁବକ ଙ୍କ ପରିବାର ଲୋକେ ଆସୁଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଏହି ଜଳପ୍ରପାତ ରେ ସେଲ୍ଫି ନେବା ସମୟରେ ୨ ଜଣ ଯୁବକ ଜଳପ୍ରପାତ ରେ ବୁଡି ନିଖୋଜ ହେବାର ଦିର୍ଘ ଘଣ୍ଟା ପରେ ମୃତଦେହ ଠାବ ହୋଇଥିଲା। ତେବେ ଏହି ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା ଦାଇତ୍ୱ ରେ ଥିବା ଉନ୍ନୟନ କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଳପ୍ରପାତ ନିକଟକୁ ନଯିବା ପାଇଁ କୌଣସି ସତର୍କତା କିମ୍ବା ସୁରକ୍ଷା ସୂଚନା ବାର୍ତ୍ତା ନେଇ ପର୍ଯ୍ୟଟକ କୁ ସଚେତନ କରା ଯାଉନାହିଁ, ଫଳରେ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବା ନେଇ ଦମକଳ ଓଆଇସି ପ୍ରଶାନ୍ତ ବାଘ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

Sunil Chandra Nayak

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

masiha

ସମାଜ ସେବୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!