ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ 

କୋରାପୁଟ ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି।କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକ ଅତିଥି ମାନଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ବେହେରା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ମେଳା ଆୟୋଜନ କରାଯାଇଥିବା ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି।ରାଜ୍ୟ ସରକାରଙ୍କ ନୂତନ କାମଧେନୁ ଯୋଜନାରେ ଏ ପର୍ଯ୍ୟନ୍ତ ୧୦୦ ଗୋଟି ଆବେଦନ ପତ୍ର ଅନୁମୋଦନ କରାଯାଇଥିବା ସେ କହିଛନ୍ତି।ଚାଷୀ ମାନଙ୍କର ଆୟ କିପରି ଦ୍ଵିଗୁଣିତ ହେବ ସେଥି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।ଏହି ଯୋଜନା କିପରି ଚାଷୀଙ୍କ ପାଖରେ ପହଞ୍ଚିବ ସେଥି ନିମନ୍ତେ ଜିଲ୍ଲାସ୍ତରୀୟ ମେଳା ଆୟୋଜନ କରାଯାଉଛି ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି। ତିନି ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୈବପୁଞ୍ଜ ମହିଳା ମାଛ ଚାଷୀ ଫୁଲମତି ଭୁମିଆ,କୁକୁଡ଼ା ଚାଷୀ ପର୍ଶୁରାମ ମୁଦୁଲି ଏବଂ ଗୋ ପାଳନ ଚାଷୀ ରମେଶ ନାଗ ପ୍ରମୁଖଙ୍କୁ ୫ହଜାର ଟଙ୍କା ଲେଖାଏଁ ଚେକ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୁଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବି ଦାସ ଯୋଗଦେଇ ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

Sunil Chandra Nayak

ସାଇକେଲ ରେ ଉମରକୋଟ ସହର ରୁ ରାଇଘର ଦେଇ କେଦାରନାଥ ଯାତ୍ରା ଆରମ୍ଭ କଲେ ୪ ଜଣ ଯୁବକ

masiha

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!