ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ପଞ୍ଚାୟତ ସମିତି ର ନବମ ବୈଠକ

ଧର୍ମଗଡ଼ ପଞ୍ଚାୟତ ସମିତି ର ନବମ ବୈଠକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହ ଠାରେ ସୋମବାର ପଞ୍ଚାୟତ ସମିତିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଧର୍ମଗଡ ବିଡିଓ ଶରତ ପାତ୍ର, ତହସିଲଦାର ସଞ୍ଜୟ ସାମନ୍ତରାୟ, ସହକାରୀ ଯନ୍ତ୍ରୀ କରୁଣାକର ମୁର୍ମୁ ,କଳାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ, ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ଼, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବ୍ଲକ ଅଞ୍ଚଳର ମନରେଗା ଦୁର୍ନୀତି, ପାନୀୟ ଜଳ ସମସ୍ୟା,ବିଦ୍ୟୁତ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା,ବାଲି ଚୋରା ଚାଲାଣ, ଶିକ୍ଷା ସମ୍ପର୍କିତ ସମସ୍ୟା, କୃଷି ଉପରେ ବିଶଦ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର ପରିଚାଳନା କରିଥିଲେ।ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମ ଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

masiha

ଦାସିଗାଁରେ ନୂତନ ମଣ୍ଡି ଉଦ୍ଘାଟନ ସୁବିଧା ପାଇବେ ଅଞ୍ଚଳର ବହୁ ଚାଷୀ

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

Leave a Comment

error: Content is protected !!