ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟି ର ଅଧ୍ୟକ୍ଷ ଙ୍କ ସହ ଆଲୋଚନା, ହଷ୍ଟେଲ ମେସ ଦାୟିତ୍ୱରୁ ମୁକ୍ତି କରିବାକୁ ଅନୁରୋଧ

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟି ର ଅଧ୍ୟକ୍ଷ ଙ୍କ ସହ ଆଲୋଚନା, ହଷ୍ଟେଲ ମେସ ଦାୟିତ୍ୱରୁ ମୁକ୍ତି କରିବାକୁ ଅନୁରୋଧ

ନବରଙ୍ଗପୁର : (୯|୨)(ରବି ନାରାୟଣ ମହାନ୍ତି)ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ନବରଙ୍ଗପୁର ତରଫରୁ ବିଭିନ୍ନ ସମସ୍ୟା ଉପସ୍ଥାପନ ପୂର୍ବକ ଏକ ସ୍ମାରକପତ୍ର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଧାନସଭା ଷ୍ଟାଣ୍ଡିଂ କମିଟି ର ଅଧ୍ୟକ୍ଷ ତଥା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା, ରାଜ୍ୟ ସଂଘ କୋଷାଧ୍ୟକ୍ଷ କାଳୀ କିଙ୍କର ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଂଘର ଉପଦେଷ୍ଟା ସାଧୁରାମ ଭତରା, ସଭାପତି ହୃଷୀକେଶ ସାହୁ, ଉପସଭାପତି ସପନ ହାଲଦାର, ହର ପ୍ରସାଦ ମିଶ୍ର,କାର୍ଯ୍ୟକାରୀ ସମ୍ପାଦକ ସତ୍ୟ ନାରାୟଣ ପାତ୍ର, ଅଡିଟର ସନ୍ତୋଷ କୁମାର ଦାସ, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ବ୍ଲକ କାର୍ଯ୍ୟକାରୀ ସଭ୍ୟ ଅରୁଣ କୁମାର ଷଡଙ୍ଗୀ, ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ତୁରନ୍ତ ବିରତି, ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି , ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷା ନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଇତ୍ୟାଦି ସମସ୍ୟା ଜଣାଇ ଥିଲେ । କମିଟି ଅଧକ୍ଷ ଶ୍ରୀ ରନ୍ଧାରୀ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ସଂଘର ସଭ୍ୟ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଟି.ଶ୍ରୀକାନ୍ତ, ମୀନକେତନ ବେହେରା, ଆସମାନି ହେମ୍ବ୍ରମ, ଉମା ଶଙ୍କର ଗୌଡ, ବିଶମ୍ବର ନାୟକ, ପ୍ରଶାନ୍ତ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ସାକ୍ଷାତ ଅବସରରେ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଶ୍ରୀ ରାନ୍ଧାରୀ ଙ୍କୁ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ଙ୍କ ପାଇଁ ପୂର୍ବଭଳି ଏକ୍ସକର୍ଶନ ବ୍ୟବସ୍ଥା ଲାଗୁକଲେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ର ଛାତ୍ରୀ ସମୁଦ୍ର, ରେଳ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଅନ୍ତତଃ ଦେଖି ଭିନ୍ନ ଅନୁଭୂତି ପାଇବେ ବୋଲି ଅନୁରୋଧ କରିଥିଲେ। ଏହି ପ୍ରସ୍ତାବ ରେ ଶ୍ରୀ ରନ୍ଧାରି ରାଜ୍ୟ ସରକାର ସହ ଆଲୋଚନା କରି ବିଦ୍ୟାଳୟ ସ୍ତରରେ ତୁରନ୍ତ ଲାଗୁକରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକ ଅନୁରୂପ ଭାବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ମଧ୍ୟ ଏ ସମ୍ପର୍କରେ ଅନୁରୋଧ କରିଥିଲେ। 

( ମ ନି ସ ) 

Related posts

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

Sunil Chandra Nayak

ଜିଲ୍ଲାର ଜଳ ସମସ୍ୟା ନେଇ ମିଳିତ ନାଗରିକ କମିଟି ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁପୂଣ୍ଣିମା ଉତ୍ସବ ପାଳିତ

masiha

Leave a Comment

error: Content is protected !!