ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

ରାଉରକେଲା: ସହୀଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ତାରିଖ ଦିନ ସନ୍ଧ୍ୟା ୬ଘଟିକା ସମୟରେ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ହୋଟେଲ୍ ଲୀଲା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ, ସାଧାରଣ ସମ୍ପାଦକ ଶଙ୍କର ଜେନା, ଟ୍ରଷ୍ଟି ଚନ୍ଦ୍ରଶେଖର ଶତପଥୀ, ବିମଳ କୁମାର ବିଶି ଓ କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଚଳିତ ବର୍ଷ ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ତାରିଖ ଦିନ ପାଳନ କରାଯିବ। ଚଳିତବର୍ଷ ୬ ଜଣ ସହୀଦ ପରିବାରକୁ ସମ୍ମାନିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦିଆଯିବ। ଏହି ସହୀଦ ମାନେ ହେଲେ ଝାରସୁଗୁଡ଼ା ଲଖନପୁର ର ଦୀପକସେନ ଭୋଇ, ବ୍ରଜରାଜନଗର ର ବଳରାମ ପ୍ରଧାନ,ଲଇକେରା ର ଉମାକାନ୍ତ ନାଏକ, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ର ଅନୀଲ ମାଝୀ, କେଉଁଝର ର ଗଣେଶ ପ୍ରସାଦ ସା ଓ ସଞ୍ଜୟ କୁମାର ଦାସ । ଉକ୍ତ ଦିନ ଫୁଲୱମା ସହୀଦ ଦିବସ ପାଳନ କରାଯାଉଥିବାରୁ ଟ୍ରଷ୍ଟ ତରଫରୁ ମାନବିକତା ଆଧାରିତ ଏହି କାର୍ଯ୍ୟକ୍ରମକୁ ତଥା ଓଡଶାକୁ ଗର୍ବିତ କରିଥିବା ସହିଦ୍ ଙ୍କ ପରିବାରକୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ। ସୂଚନାଯୋଗ୍ୟ ଯେ ପ୍ରଥମ ବର୍ଷ ୧୩, ଦ୍ବିତୀୟ ବର୍ଷ ୮ ଟି ସହୀଦ ପରିବାରକୁ ସମ୍ମାନିତ କରାଯାଇଥିଲା ବେଳେ ଚଳିତ ବର୍ଷ ୬ ଟି ପରିବାରକୁ ସମ୍ମାନିତ କରାଯିବ। ଉଦାହରଣ ଟିମ୍ କେବଳ ସହିଦ୍ ପରିବାରକୁ ସମ୍ମାନିତ କରେ ନାହିଁ ପରବର୍ତ୍ତୀ ସମୟରେ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାଏ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ସିଆଇଏସଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ଓ ଓଏସଏପି ୪ର୍ଥ ବାଟାଲିୟନ ର ଦୁର୍ଗପତି ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ସହୀଦ ପରିବାରଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସଞ୍ଜୟ ପ୍ରଧାନ, ଅଶ୍ବିନୀ କୁମାର ଶାସନୀ, ରାଜେଶ ତନ୍ତୀ, ବିଶ୍ବଜିତ ଜେନା ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

Leave a Comment

error: Content is protected !!