ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଣ୍ଡବୋଷ ରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

ଦାଣ୍ଡବୋଷ ରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

 ମୟୂରଭଞ୍ଜ – ୧୧/୦୨ // ସାନ୍ତାଳୀ ସମାଜର ଆଇକନ ତଥା ଯୋଗଜନ୍ମା ସାରସ୍ଵତ ସାଧକ,ସମାଜ ସଂସ୍କାରକ ତଥା ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ୧୯୮୨ ମସିହା ମାଘ ସପ୍ତମୀରେ ଇହଧାମ ହୋଇଥିଲା ।ମାଘ ମାସ ଅଷ୍ଟମୀରୁ ମାଘ ଚତୁର୍ଦ୍ଦଶୀ ତଥା ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଗୁରୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ସମାଜର ସଂସ୍କୃତି,ଭାଷା, ସାହିତ୍ୟ,ଭାଇଚାରା, ଭାତୃତ୍ବ ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥାନ୍ତି ।ଆଜି ରାଇରଙ୍ଗପୁର ଠାରୁ ୫ କିମି ଦୂର ଦାଣ୍ଡବୋଷ ଗ୍ରାମର କାପିବୁରୁ ପାହାଡ଼ ସନ୍ନିକଟ ଗୁରୁ ଗୋମେକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ,ଆସାମ, ନେପାଳ ପ୍ରଭୃତି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ନିଜ ସାନ୍ତାଳୀ ପାରମ୍ପାରିକ ବେଶଭୂଷା ପରିଧାନ କରି ଭୋଗ,ନୈବେଦ୍ୟ ନେଇ ଗୁରୁଙ୍କ ପୂଜାର୍ଚ୍ଚନା ସହ ଭୋଗରାଗ କରି ଆଶୀର୍ବାଦ ନେଇଥିଲେ ।କିଛି ଶ୍ରଦ୍ଧାଳୁ ସମାଧୀ ପୀଠସ୍ଥ ଜଳାଶୟରେ ସ୍ନାନ କରି ପଣ୍ଡିତ ରଘୁନାଥ ମୁର୍ମୁ ଧ୍ୟାନ ଓ ସାଧନା ପୀଠରେ ପୂଜାର୍ଚ୍ଚନା କରି ପରେ ସମାଧୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ଆକର୍ଷଣୀୟ ,ତୋରଣ ଓ ଫୁଲ ସଜ୍ଜା କରାଯାଇଥିଲା ।ଏକ ଭବ୍ୟ ଭକ୍ତିମୟୀ ପରିବେଶ ହୋଇଥିଲା । ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ଖରସୁଆଁ ର ବିଧାୟକ ଚାମ୍ପାଇ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏବଂ ପ୍ରାକ୍ତନ ରାଇରଙ୍ଗପୁର ବିଧାୟକ ସାରିବା ସୁଶିଲ ହାଁସଦା ପ୍ରମୁଖ ସମାଧୀ ପୀଠ କୁ ଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।ଏହି ଉପଲକ୍ଷେ ଏକ ବିରାଟ ଆଦିବାସୀ ମେଳା ଲାଗିଥିଲା । ଆଦିବାସୀ ଙ୍କ ପୁସ୍ତକ,ଗବେଷଣା ବହି,ମହାମନିଷଙ୍କ ପୁସ୍ତକ, ସେମାନଙ୍କ ବସ୍ତ୍ର, ସେମାନଙ୍କ ବାଦ୍ୟଯନ୍ତ୍ର ବିଭିନ୍ନ ଷ୍ଟଲ ଲାଗି ରହିଥିଲା । ସାନ୍ତାଳୀ ସମାଜ ଲୋକେ ସେମାନଙ୍କ ପାରମ୍ପରିକ ବେଶଭୂଷା, ବାଦ୍ୟଯନ୍ତ୍ର ଏବଂ ବହୁ ମୂଲ୍ୟବାନ ପୁସ୍ତକ କିଣିବା ପାଇଁ ଗହଳି ଲଗାଇଥିଲେ । ସମ୍ପୂର୍ଣ ପରିବେଶ ଏକ ରଙ୍ଗାରଙ୍ଗ ମଧ୍ୟ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମକୁ ପାର୍ସି ସିଂ ଚାନ୍ଦ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହାସଲ ମାଡଓ୍ଵା କମିଟି ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ, ଦାଣ୍ଡବୋଷ ମିଳିତ ଆନୁକୂଲ୍ୟରେ ଏହି ଗୁରୁ ଦର୍ଶନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ସମସ୍ତେ ନିଜର ଵଂଧୁଵାନ୍ଧଵ,ଜ୍ଞାତି ପରିଜନ ମାନଙ୍କୁ ପାଇଁ ବହୁତ ଆନନ୍ଦିତ ହୋଇଥିଲେ ।ଏକ ପ୍ରକାର ଗୁରୁ ଦର୍ଶନ ସହ ଏକ ଭେଟ୍ ଘାଟ ପର୍ବ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ପରିଚାଳନାରେ କମିଟିର ଅଧ୍ୟକ୍ଷ ଭୀମଓ୍ଵାର ମୁର୍ମୁ, ସଂପାଦକ ବିମଳ ମୁର୍ମୁ, କୋଷାଧ୍ୟକ୍ଷ ଦାସମାତ ହେମ୍ବ୍ରମ, କାର୍ଯ୍ୟକାରୀ ସଦସ୍ୟ ଶିବ ନାରାୟଣ ହେମ୍ବ୍ରମ, ଭାଗୀରଥି ମୁର୍ମୁ,ଶାଙ୍ଖ ହେମ୍ବ୍ରମ, ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଲକ୍ଷ୍ମୀ ବସ ପୁନଃ ଚଳାଚଳ ପାଇଁ ବିଜୁ ଜନତା ଦଳର ଦାବୀ

Sunil Chandra Nayak

ନାରୀ ଶକ୍ତି ବନ୍ଦନ ଅଧିନିୟମ : ଏକ ନୂତନ ଯୁଗର ଆରମ୍ଭ

Sunil Chandra Nayak

୧- ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ,୨-ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା ,୩-ବିଦ୍ୟୁତ୍ ଆଘାତରେ ମହିଳା ମୃତ , ୪- ବଜ୍ରାଘାତରେ ପରିବାରର ୫ ଆହତ

Sunil Chandra Nayak

Leave a Comment

error: Content is protected !!