ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
ନବରଙ୍ଗପୁର :(ତା ୧୧/ ୨/୨୦୨୫ )(ରବି ନାରାୟଣ ମହାନ୍ତି) ରାଜ୍ୟ ମହିଳା କମିଶନ ଙ୍କ ତରଫରୁ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଦ୍ଵାରା ଆଜି ନବରଙ୍ଗପୁର ସହର ସ୍ଥିତ ବୈଭବ କଲ୍ଯାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ଯାଣ କାର୍ଯ୍ୟ।ଳୟ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିବା ଏହି ବ୍ଲକ ସ୍ତରୀୟ କର୍ମଶାଳାରେ ନବରଙ୍ଗପୁର ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ କର୍ମଶାଳାରେ ବିଧାୟକ ଗୌରୀ ଶଙ୍କର ମାଝୀ ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କର ମହନୀୟତା କୁ ସ୍ମରଣ କରାଇବା ସହିତ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ମହିଳା ମାନଙ୍କ ନିମନ୍ତେ ଅଧିକାର ଓ ନ୍ୟାୟ ଗୁଡିକ ଆଲୋଚନା କରିବା ସହିତ, ସମସ୍ତ ମହିଳାମାନଙ୍କୁ ଆଇନ ସଂଗତ ଅଧିକାର ଏବଂ ସଚେତନ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ଲକ୍ଷ୍ମୀ ସରସ୍ଵତୀ ଓ ଦୂର୍ଗା ଙ୍କ ମହିମା ଉପରେ ଆଲୋକପାତ କରିବା ସହିତ ମହିଳା ମାନେ ନିଜକୁ ଦୁର୍ବଳା ବୋଲି ନିଜକୁ ନ ଭାବି ପରିବାର ରୁ ରାଷ୍ଟ୍ର ପର୍ଯ୍ୟନ୍ତ ନେତୃତ୍ଵ ନେବାକୁ ଆହ୍ଵାନ ଦେଇଥିଲେ ।ମହିଳା ଅଧିକାର ଆଇନ ବିଶେଷଜ୍ଞ ଭାବରେ ଯୋଗଦେଇ ଆଡଭୋକେଟ କିଶୋରୀ ପଟ୍ଟନାୟକ ଓ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଥିବା ଲିଙ୍ଗ ଭୃଣ ନିରୂପଣ ନିବାରଣ ଆଇନ, ବାଲ୍ୟ ବିବାହ ନିଷେଦ୍ଧ ଆଇନ, ଯୌତୁକ ନିବାରଣ ଆଇନ , କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ ,ଘରୋଇ ହିଂସା ନିବାରଣ ଆଇନ, ଡାହାଣୀ ନିବାରଣ ଆଇନ ଓ ମହିଳା ଚାଲାଣ ଆଇନ ଉପରେ ବିଷଦ ଭାବରେ ଆଲୋଚନା କରିବା ସହିତ, ମହିଳା ମାନଙ୍କ ନିମନ୍ତେ ଉଦିଷ୍ଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ପ୍ରୋଗ୍ରାମ ଅଫିସର ପୁଷ୍ପା ପଟ୍ଟନାୟକ,କାଉନସେଲର ଶର୍ମୀଷ୍ଠା ଦେଓ, ନଗେନ୍ଦ୍ର ପଟ୍ଟନାୟକ , ସୁପର ଭାଇଜର ରଶ୍ମୀପ୍ରଭା ପାଣିଗ୍ରାହୀ , ସୁଶ୍ରୀ ରେଖା ତ୍ରିପାଠୀ ,ବୈଶାଖି ସାମଲ , ଆରତୀ ନଳିନୀ ନନ୍ଦ ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ ଶକ୍ତି ସଦନର ପ୍ରତିନିଧି ଏମ ଅନିତା କୁମାରୀ, ମନୋରମା ମାଝୀ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ସିଡିପିଓ ମିନତୀ ଦାସ କର୍ମଶାଳାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ସୁପର ଭାଇଜର ସୁଶ୍ରୀ ରେଖା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

