ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଆନନ୍ଦ ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଦୁଇପୁଅ ହେଲେ ସମ୍ବର୍ଦ୍ଧିତ

ରୁପ୍ରା, ୧୩/୨ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ପ୍ରଭାତ ମହଲାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ବୁଧବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ୍ ବିହାରୀ ଦୀପ୍, ବିଶେଷ ନିମନ୍ତ୍ରିତ ଅତିଥି ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ମୁଖ୍ୟବକ୍ତା ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ସମାଜସେବୀ ହିରୋଲାଲ୍ ମହଲା, CRCC ରୁଦ୍ରଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଆନନ୍ଦ ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଦୁଇପୁଅ ସମାଜସେବୀ ଗୟାଧର ନାଏକ ଓ ତୁମେଶ୍ୱର ନାଏକଙ୍କୁ ବିଡିଓ ଶ୍ରୀ ଦୀପ୍ ଓ ବିଇଓ ଶ୍ରୀ ଜାନୀ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ, ସେହିପରି ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଲାଲ୍ ସାହେବ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । 

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହଲା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅତିଥି ଗଣ ଗୁଣାତ୍ମକ ଶିକ୍ଷା ଉପରେ ମତବ୍ୟକ୍ତ କରିଥିଲେ । ପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପ ଓ FLN ଶ୍ରେଣୀଗୃହ ବୁଲି ଦେଖିବା ସହ ପ୍ରସଂଶା କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏଥିରେ ଯୋଗାସନକୁ ନେଇ ବିଭିନ୍ନ ଅଙ୍ଗଭଙ୍ଗୀରେ କୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଦୀପ ସାହାଣୀ, ଅଙ୍କିତ ସାହୁ, ଶିକ୍ଷୟତ୍ରୀ ପ୍ରଭାତୀ ସାହୁ, ରୀନା ନାଗ, ରିଜୋଇସ୍ ତାଣ୍ଡି ଓ ସ୍ୱାଗତିକା ସାସମଲ୍ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହଲା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ

Sunil Chandra Nayak

ଭୁଆସୁଣୀ ପାହାଡ଼ରେ ବେଆଇନ୍ ବିସ୍ଫୋରଣ,ଜିଲ୍ଲା ପ୍ରଶାସନ ନୀରବ

Sunil Chandra Nayak

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!