ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଈଛାଘୁଟୁରେ ସିପିଆଇ ର ସମ୍ମିଳନୀ

ଈଛାଘୁଟୁରେ ସିପିଆଇ ର ସମ୍ମିଳନୀ

 ମୟୂରଭଞ୍ଜ – ଇଛାଘୁଟୁରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ   ସାଥୀ ସୁରେଇ ହାଂସଦାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ସାଥୀ ରାମାଇ ସୋରେନ ପତାକା ଉତ୍ତୋଳନ କରି ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ପାର୍ଟିର ନୀତି, ଆଦର୍ଶ, ପ୍ରତିବଦ୍ଧତା କୁ ବଜାୟ ରଖିବାକୁ ଉଦ୍ୟମ କଲେ ଶ୍ରମିକ, କୃଷକ, ନିମ୍ନ ମଧ୍ୟବିତ୍ତ,ସକଳ ଜନଗଣ ସେମାନଙ୍କ ଅଧିକାର ପାଇ ପାରିବେ। ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ଡ଼ା ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ, ଦେଶର ସମ୍ବିଧାନ ଆମକୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ଶାସକମାନଙ୍କ ପୁଞ୍ଜିବାଦୀ ଅର୍ଥନୈତିକ ଶୋଷଣ ନୀତିକୁ ଅନୁସରଣ କରିବା କାରଣରୁ ଧନୀ ଓ ଗରିବ ମଧ୍ୟରେ ପାତର ଅନ୍ତର ବୃଦ୍ଧି ପାଉଛି। ସାମାଜିକ ବୈଷମ୍ୟ ଉତ୍କଟ ରୂପ ଧାରଣ କଲାଣି। ଖଟିଖିଆ ମଜୁରୀଆ ମେହେନତୀ ମଣିଷ ଶିକ୍ଷିତ, ସଚେତନ ଓ ସଂଗଠିତ ହେଲେ ଏହା ବିରୁଦ୍ଧରେ ସଂଗ୍ରାମ ତୀବ୍ର ହୋଇ ପାରିବ। ଜୋନ୍ ସମ୍ପାଦକ ସାଥୀ ପାରାଉ ହାଁସଦା ଏକ ହୋଇ କାମ କଲେ ଆମ ଅଞ୍ଚଳର ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ଆଜିର ସମ୍ମିଳନୀରେ ଶୁକଲାଲ ସୋରେନ,ଉଦୟ ହାଁସଦା,ଶରତ ବିନ୍ଧାଣି,ଦାଖିଣ ସୋରେନ,ଆନପ ହାଁସଦା,ସଲମାବତୀ ମୁର୍ମୁ,ଯୂଇ ହାଁସଦା,ରାନ ହାଁସଦା, ପାର୍ବତୀ ବାସ୍କେ ,ସାର ମୁର୍ମୁ, ଲକ୍ଷ୍ମଣ ସୋରେନ,ଦୂଲୀ ହାଁସଦା,ପାଉରା ଟୁଡୁ, ସରସ୍ଵତୀ ସୋରେନ, ସୂର୍ଯ୍ୟମଣି ହାଁସଦା, ଶିଙ୍ଗ ସୋରେନ,ସାକିଲା ମୁର୍ମୁ, ରୁକ୍ମଣୀ ସୋରେନ, ମାଳତୀ ହାଁସଦା, କୁନ୍ତା ସୋରେନ,ସାଲଗେ ହାଁସଦା,ଶେରପା ମୁର୍ମୁ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ସାଥୀ ରାମାଇ ଚରଣ ସୋରେନକୁ ଆଗାମୀ ବର୍ଷ ପାଇଁ ଶାଖା ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଖଣ୍ଡପଡା ଏସ୍ଡିପିଓଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ପ୍ରସଙ୍ଗ ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଏସ୍ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

Sunil Chandra Nayak

ବିଜେପି ର ବିଜୟ ଉତ୍ସବ ପାଳିତ

Sunil Chandra Nayak

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!