ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ଦିବସ ପାଳନ ଅବସରରେ ମାରାଥନ

କଳା ଦିବସ ପାଳନ ଅବସରରେ ମାରାଥନ

ଭାରତ ଇତିହାସ ର ଫେବୃଆରି ୧୪ ଏକ କଳା ଦିବସ ପାଳନ ଅବସରରେ ଆଜି JK ଯୁବ ଗୋଷ୍ଟୀଙ୍କ ଦ୍ୱାରା JK ପୁର ଠାରୁ ୦୬ କି.ମି ସୁଦୂର ସିଲ୍ଟିଗୁଡା ଡ୍ୟାମ ପର୍ଯ୍ୟନ୍ତ ଏକସୁନ୍ଦର ମିନି ମାରାଥନ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ଯୋଗଦେବା ସହିତ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ,P.ଗୌରୀ ,ପଲମା ସ୍କୁଲ୍ ର ଶିକ୍ଷକ ତଥା international sports man ଶ୍ରୀ ବାବୁଲା ମେଲେକା, SI ଚାନ୍ଦିଲି ଥାନା, CRPF, JK କାଗଜକଳ ପରିଚାଳନା କମିଟି, ଆଦିବାସି ସମାଜ୍ ସଭାପତି ବସନ୍ତ ପେଦେଣ୍ଟି ଓ ଅନେକ ବୁଦ୍ଧିଜୀବି ଏଵଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ମାରାଥନ୍ ରେ ଅନ୍ୟାନ୍ୟ ଜିଲ୍ଲାରୁ ଯଥା କଳାହାଣ୍ଡି, କୋରାପୁଟ, କଟକ ଜିଲ୍ଲା ର ଭୁବନେଶ୍ୱର କିସ ମହାବିଦ୍ୟାଳୟ ର ଏଥେଲେଟ ଙ୍କ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୋଭା ବଢ଼େଇଥିଲେ ,ପଲମା ସ୍କୁଲ୍ , JK ସିଂଘାଣିଆ,ଚାନ୍ଦିଲି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏହି ମାରାଥନ ରେ ଯୋଗ ଦେଇଥିବା ବେଳେ ପଲମା ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ରେ ପୁରସ୍କୃତ ହେଇଥିଲେ ll 

     ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ପୁଲୱାମା ଠାରେ ଆକ୍ରମଣ ହେଇଥିବା ଭାରତୀୟ ସେନା ବାହିନୀଙ୍କ ଉପରେ ର ପ୍ରେରଣା ଦାୟକ ଭାଷଣ ଉପସ୍ଥିତ କରିଥଲେ ଯୁବା -ଯୁବତୀ ଙ୍କୁ ବହୁତ ଅନୁପ୍ରାଣିତ କରିଥିଲା, ଏବଂ ସହିଦ ଯବାନ ଙ୍କ ପାଈଁ 2ମିନିଟ ର ଶାନ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣେଇଥିଲେ ତା ସହ କୌଣସି ଅସୁବିଧା ଯଥା ଶିକ୍ଷା,ସ୍ଵାସ୍ତ୍ୟ କିମ୍ବା ଅନ୍ୟାନ୍ୟ ଅସୁବିଧା ରେ ମୋର ସହଯୋଗ ତୁମ୍ଭ ମାନଙ୍କ ପାଈଁ ସବୁବେଳେ ରହିବ ଏହା ପ୍ରତିଶୃତି ଦେଇଥିଲେ l ମାରାଥନ ରେ ଯୋଗ ଦେଇଥିବା ପ୍ରତିଦ୍ବନ୍ଧି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ତତ୍ ସହିତ ସମସ୍ତ କ୍ରୀଡାବିତ୍ କିଭଳି ସୁରକ୍ଷିତ ଘରେ ପହଁଞ୍ଚିବେ ସେଥିପାଇଁ ଚାନ୍ଦିଲି ପୋଲିସ ତରଫରୁ ସମସ୍ତଙ୍କୁ ସହୋଯଗ କରିଥିଲେ l ଆଜିକାର ଏହି ମାରାଥନ୍ କାର୍ଯ୍ୟକ୍ରମ ଆଗାମୀ ଯୁବପିଢ଼ି ପାଇଁ ନିଶ୍ଚିତ ଭାବେ ମାର୍ଗଦର୍ଶକ ହବ ବୋଲି ଶ୍ରୀ ପ୍ରୀତମ୍ କୁମାର୍ କହିଛନ୍ତି ll

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

masiha

ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ସଫେଇ ନିମନ୍ତେ ଶ୍ରମଦାନ

Sunil Chandra Nayak

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!