ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଜରୁରୀ ବୈଠକ 

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଜରୁରୀ ବୈଠକ 

ଡାବୁଗାଁ, ୧୫/୨(ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାଦରମାହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଏକ ଜରୁରୀ ବୈଠକ ସଂଘ ସଭାପତି ବଲ୍ଲଭନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଏକ୍ସ–କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରୀମେଣ୍ଟ ପାଇବାରୁ ବଞ୍ଚିତ ଏକ୍ସ –କ୍ୟାଡର ଶିକ୍ଷକ ମାନଙ୍କୁ ଆୟକର, ସମ୍ପତ୍ତି ତାଲିକା ପ୍ରଦାନ, ଏକ୍ସ- କ୍ୟାଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସାଙ୍ଗଠନିକ ଏକତା ଉପରେ ଆଲୋଚନା ହୋଇଥିଲା | ଏଥିରେ ସଂଘ ଉପସଭାପତି ନରସିଂ ମାଝି, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, ପ୍ରଦୀପ କୁମାର ପାଢୀ, ଏମ. ଶ୍ରୀନିବାସ ରାଓ, ରବୀନ୍ଦ୍ରନାଥ ପ୍ରଧାନ, ନିରାକାର ପ୍ରଧାନ, ଉଦରନ ଭତ୍ରା, ଡମଣା ମେହେରା, ରଞ୍ଜିତ ଗୁପ୍ତା, ମୀନକେତନ ଚମ୍ପତ୍ତିରାୟ ଓ ଦୁର୍ଗା ରଥ ଙ୍କ ସମେତ ସମସ୍ତ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଶେଷରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ସଫା କରାଯାଇଥିଲା |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

masiha

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

Leave a Comment

error: Content is protected !!