ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ 

ନର୍ଲା ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ 

ରୁପ୍ରା, ୨୫/୨ (ଅଜୟ ସେନାପତି ): ନର୍ଲା ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ଅଧିବେଶନ ମଙ୍ଗଳବାର ପୂର୍ବାହ୍ନରେ ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନର୍ଲା ବିଡ଼ିଓ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନମ୍ରତା ସାହୁ ଓ ଶ୍ରୀମତୀ ଲିଲି ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ହରିଶଙ୍କର ମାଝୀ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଭାନପୁର୍ ସରପଞ୍ଚ ଶ୍ରୀଯୁକ୍ତ ଅନ୍ତରାମ ମାଝୀ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବିଶେଷ କରି ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା ଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। 

(ମନିସ)

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଦାମୁଡିଗଡା ଛକରେ ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

Sunil Chandra Nayak

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ  (ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

Sunil Chandra Nayak

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

Leave a Comment

error: Content is protected !!