ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

ଯୋଡ଼ା:-ଆଜି ପବିତ୍ର ମହାଶିବରାତ୍ରୀ ପର୍ବ ଉପଲକ୍ଷେ ବଡ଼ବିଲ ସ୍ଥିତ କେନ୍ଦ୍ର ସଂସ୍ଥା ପକ୍ଷରୁରୁ ,ଏକ ସୁନ୍ଦର ଜ୍ୟୋତିର୍ଲିଙ୍ଗ ମେଢ଼ ସମଗ୍ର ସହରରେ ପରିକ୍ରମା କରାଯାଇଥିଲା ଏବଂ ଶିବ ପତାକା ଉତ୍ତୋଳନ ଆଶ୍ରମ ପରିସରରେ ହୋଇଥିଲା। ଏଥିରେ ଅନେକ ଭାଇଭଉଣୀ ନିଜକୁ ସାମିଲ କରିଥିବା ସହ ଏହି କାର୍ଯ୍ୟକ୍ରମର ମୁଖ୍ୟ-ବାର୍ତ୍ତା ସମାଜକୁ ଯାହା ,ଚାରିଆଡ଼େ ଅନ୍ୟାୟ ଅତ୍ୟାଚାରର ଅନ୍ଧକାର ଘେରିଥିବା ଏପରି ପରିସ୍ଥିତିରେ,ଆତ୍ମାର ପ୍ରଦୀପ ଜାଗ୍ରତ ଦ୍ଵାରା ହିଁ ଅନ୍ଧକାର ଦୂର ହୋଇପାରିବ l ସେଥିପାଇଁ ପରମଜ୍ୟୋତି ନିରାକାର ପ୍ରଭୁଶିବଙ୍କ ପାଖରେ ମନ, ବୁଦ୍ଧିକୁ ଯୋଡ଼ି ମନର ବିକାର ରୁପି ବିଷ ‘ବା’ କଣ୍ଟାଯୁକ୍ତ ଚିନ୍ତନକୁ ସମର୍ପିତ କରି ଅନ୍ଧକାର ଦୂର କରିପାରିବା। ତେବେ ଯାଇ ସମାଜରୁ ଅଜ୍ଞାନତାର ଅନ୍ଧକାର ଦୂର ସହଜ ହୋଇପାରିବ।ଦେବଦେବ ମହାଦେବ ନିରାକାର ପ୍ରଭୁଶିବଙ୍କ ବର୍ତ୍ତମାନ କିପରିଭାବେ ଜ୍ଞାନ ଘୃତ ଦ୍ୱାରା ଆତ୍ମା ଦୀପକକୁ ଜାଗ୍ରତ କରୁଛନ୍ତି , ଏ ବିଷୟରେ ଅଧିକ ଜାଣିବା ପାଇଁ ସେବାକେନ୍ଦ୍ରକୁ ଆହ୍ବାନ କରିଥିଲେ।ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହାଶିବରାତ୍ରୀ ପର୍ବକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ବାର୍ତ୍ତା ଦିଆଯାଇଥିଲା |ତେବେ ମାଉଣ୍ଟ ଆବୁରୁ ଆସିଥିବା ବ୍ରହ୍ମlକୁମାର ତ୍ରିଲୋଚନ ଭାଇ ମଧ୍ୟ ଏଥିରେ ଯୋଗ ଦେଇଥିଲେ lସଂସ୍ଥାର ମୁଖ୍ୟ ବ୍ରହ୍ମlକୁମାରୀ ଜୟନ୍ତୀ ଭଉଣୀଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସାଫଲ୍ୟ ମଙ୍ଗଳ ଅନୁଷ୍ଠିତ ହୋଇଥିଲା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମା ତାରିଣୀଙ୍କ କଳସ ଯାତରା ଅନୁଷ୍ଟିତ

ଆଜି ପବିତ୍ର ବାରୁଣୀ ….

Sunil Chandra Nayak

କୁଞ୍ଜକାନ୍ତର ମହିଳାମାନଙ୍କ ଦ୍ୱାରା କାର୍ତିକ ମାସରେ ଲକ୍ଷ୍ମୀନାରାୟଣ ପୂଜା

Sunil Chandra Nayak

Leave a Comment

error: Content is protected !!