ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

ରାୟଗଡା, ୧/୩/୨୦୨୫; ଆଧିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷକଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଉତ୍କଳ ଆଲୁମିନା ପକ୍ଷରୁ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଅଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ସିଏସଆର ବିଭାଗ ହରିଆଲି ପ୍ରକଳ୍ପ ଅଧିନରେ କାଶୀପୁର ବ୍ଲକ ଅନ୍ତର୍ଗତ ବିଲାମାଳ ଗ୍ରାମରେ ସୌର ଚାଳିତ ଶୀତଳ ଭଣ୍ଡାର ଉଦଘାଟିତ ହୋଇଛି । ଏହା ଚାଷୀଙ୍କୁ ଦୀର୍ଘୀ ଦିନ ଧରି ନିଜ କଷ୍ଟ ଅର୍ଜିତ ଫସଲକୁ ସଂଗ୍ରକ୍ଷଣ କରିବା ସହିତ ଏହା ବଜାରରେ ସଠିକ ସମୟରେ ପହଞ୍ଚାଇ ଅମଳ ସାମଗ୍ରୀର ଉଚିତ ମୂଲ୍ୟ ପାଇବାରେ ସହାୟକ ହେବ । ଏଥିପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ଫସଲ ଅମଳ ପରେ ସଂଗ୍ରକ୍ଷଣ ନହୋଇପାରି ପଚିଷଡି ଯିବା ଫଳରେ ଚାଷୀମାନେ ଆର୍ଥୀକ କ୍ଷତି ଗ୍ରସ୍ତ ହେଉଥିଲେ । ସ୍ଥାନୀୟ ସାହୁକାରଙ୍କ ଠାରୁ ଋଣ କରି ଚାଷ କାର୍ଯ୍ୟରେ ବିନିଯୋଗ କରିବା ଦ୍ୱାରା ଚାଷୀ ନିଜ ଫସଲ ଅମଳ ପରେ ଏହାକୁ ସଂଗ୍ରକ୍ଷଣ ନକରିପାରି ଏହାକୁ ସ୍ଥାନୀୟ ବ୍ୟବସାୟୀଙ୍କୁୂ ବିକ୍ରୟ କରୁଥିଲେ । ଏହାଦ୍ୱାରା ଅଞ୍ଚଳର କୃଷକ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହ ପର୍ଯ୍ୟାୟକ୍ରମେ ଚାଷ କାର୍ଯ୍ୟରୁ ମୁହଁ ଫେରୁଥିଲେ । ସମ୍ପ୍ରତି ସମସ୍ୟା ନିବାରଣ ସକାଶେ ଉତ୍କଳ ଅଲୁମିନା ସିଏସଆର ବିଭାଗ ତରଫରୁ ପ୍ରକଳ୍ପ ହରିଆଲି ଅନ୍ତର୍ଗତ ସୌର ଚାଳିତ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଅଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହିଣ୍ଡାଲକୋ ଇଣ୍ଡସଟ୍ରୀଜ ସିଏଫଓ ଶ୍ରୀଯୁକ୍ତ ଭାରତ ଗୋଏଙ୍କା, ଉତ୍କଳ ଆଲୁମିନା କାରଖାନା ମୁଖ୍ୟ ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ସିଏଫଓ ଶ୍ରୀଯୁକ୍ତ ଭାସ୍କାର ବାନର୍ଜୀ, ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ର ମିଶ୍ର. ଟିକିରି ସରପଞ୍ଚ ଶ୍ରୀ ଜଗବନ୍ଧୁ ମାଝୀ, ଆଞ୍ଚଳିକ ସମୃଦ୍ଧି ସାଧନ (ଆଶା) ଏନଜିଓ ନିର୍ବାହୀ ସଂଯୋଜକ ସଞ୍ଜିଭ କୁମାର ପ୍ଟ୍‍ନାୟକ ଓ ଅଜିତାଇ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରତ ନାୟକଙ୍କ ସମେତ ବିଲାମାଳ, ମକାପଦର, ସାନମାଟିକଣା, ଉପରଢେସକା, ବଡମାଚିକଣା, ନାକିଟିଗୁଡା, ଡିମୁଣ୍ଡି, ଟିକିରି ଓ କାଲିଆକଣା ଗ୍ରାମର ଅଗ୍ରଣୀ କୃଷକମାନେ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନେଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

masiha

Leave a Comment

error: Content is protected !!